ଆଦି ଶଙ୍କରଚାର୍ଜ୍ୟଙ୍କ ଭଜ ଗୋଵିଂଦମ
ଏହାର ମୁଖ୍ୟ ଉଦେଶ୍ୟ ହେଲା ଆତ୍ମମସାକ୍ଷାତ କରିବା । ଆଦି ଶଙ୍କରଚାର୍ଜ୍ୟ ସେ ସମୟରେ ଯେଉଁ ନାସ୍ତିକ ବିଚାରଧାରା ପ୍ରଚଳିତ ଥିଲା ତାକୁ ହରାଇବା ପାଇଁ ଉପନିଷଦ ,ବ୍ରହ୍ମ, ଆଉ ଅଦ୍ଵେତ ଦର୍ଶନକୁ ପ୍ରସ୍ତୁତ କରିଥିଲେ । ଏହି ରଚନାରେ ସେ ବେଦାନ୍ତର ମୂଳ ସିନ୍ଧାନ୍ତକୁ ସରଳ ଆଉ ସଙ୍ଗୀତମୟୀ ଛନ୍ଦରେ ପ୍ରସ୍ତୁତ କରିଥିଲେ ଯେମିତି ଏହାକୁ ଛୋଟୋ ପିଲା ମଧ୍ୟ ଅଦ୍ଵେତ ଦର୍ଶନକୁ ଜାଣି ପାରିବେ ।

ଭଜ ଗୋଵିଂଦକୁ ମୋହ ମୁଦଗର ବୋଲି ମଧ୍ୟ କୁହାଯାଏ । ମୋହ ଅର୍ଥାତ ଭ୍ରମ , ମୁଦଗର ଅର୍ଥାତ ହାତୁଡି , ଅର୍ଥାତ ମୋହକୁ ନଷ୍ଟ କରିବା ପାଇଁ ପ୍ରତେକ ପଦ ଆମର ସାଂସାରିକ ସମ୍ପତିକୁ ଅତ୍ୟଧିକ ମୂଲ୍ୟ ଦେଉଥିବା ଭାବନକୁ ଏକ ପ୍ରହାର କରିଥାଏ । ମଣିଷର ଭ୍ରମ କାରଣରୁ ହେଉଥିବା ଦୁଃଖ ସବୁକୁ ଟିକିଏ ଜାଗୃତ କରି ଭ୍ରମରୁ ବାହାରକୁ ବାହାରିବା ପାଇଁ ସାମାନ୍ୟ ପ୍ରୟାସ କରି ନଥାଏ । ତେଣୁ ନିଜ ଭିତରୁ ଭ୍ରମରୁ ବାହାରିବା ପାଇଁ ହାତୁଡି ଦରକାର , ପ୍ରଥମେ ଟିକିଏ କଷ୍ଟ ଲାଗିବ କିନ୍ତୁ ପରେ ଶାନ୍ତିପୂର୍ଣ ହୋଇଥାଏ । ଭଜଗୋବିନ୍ଦ ହେଉଛି ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ରଚିତ ସଙ୍ଗୀତ ନୁହେଁ, ବରଂ ଏକ ଗଭୀର ଦାର୍ଶନିକ ଶିକ୍ଷା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସାଂସାରିକ ମୋହ ଏବଂ ଭୌତିକ ସୁଖରୁ ଦୂରେଇ ରହି ଆତ୍ମ ଚିନ୍ତନ କରିବାକୁ ପ୍ରେରିତ କରିବା ।
ଏହି ଭଜନରେ, ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଜୀବନର ଅନ୍ତ ସମୟରେ ଯଦି ଆମକୁ କେହି କହିଦବ କି ଆମର ଶେଷ କ୍ଷଣ କେବେ ହବ ତ ଆମର ଜୀବନଶ୍ୟଳି ହିଁ ବଦଳି ଯିବ ଜୀବନର ଶେଷ ଦିନ ଯାଏ ପୂର୍ଣ ଭୋଗ ବିଳାସ ଆଉ ଶେଷ ଦିନ ଟିକେ ପୂଣ୍ୟ , କିନ୍ତୁ ତଥାପି ମରଣକୁ ଡର ଆମେ ପରିବର୍ତନକୁ କାହିଁକି ଡ଼ରୁ , ଆମେ କେବଳ ତାକୁ ଡ଼ରୁ ଯାହା ଆମଠାରୁ ଭିର୍ନ ହେଇଥିବ, ମରଣ ଆମେ ଚାହାନ୍ତି ନାହିଁ କିନ୍ତୁ ସେ ଆସିବ ହିଁ ଆସିବ ଆମର ଇଛା ନଥିଲେ ବି ସେ ଆସିବ । ଯେବେ ଆମେ ଭ୍ରମରେ ବିଶ୍ବାସ କରୁ ତ ଭ୍ରମ ମନୋରଞ୍ଜକ ହୋଇଥାଏ ଆଉ ଭ୍ରମିତ କରିଥାଏ । ଏଣୂ ଏଥିରେ ଅତି ସରଳ ରୂପେ ସବୁ ପ୍ରକାଶ କରିଛନ୍ତି । ଶେଷ ସମୟରେ ଆଉ କେହି ରକ୍ଷା କରିବେ ନାହିଁ । ତା ପୂର୍ବରୁ ଯେତେ ଜ୍ଞାନ ଥାଉ କି ଯେତେ ବ୍ୟାକରଣ କିମ୍ବା ଅନ୍ୟ କୌଣସି ବିଦ୍ୟା କାମରେ ଆସିବ ନାହିଁ, କେବଳ ଭଗବାନଙ୍କ ନାମ ହିଁ ମୁକ୍ତି ଦେବ । ଏହିଥିରେ ପ୍ରଥମ ଧାଡ଼ି “ଭଜ ଗୋବିନ୍ଦଂ, ଭଜ ଗୋବିନ୍ଦଂ, ଗୋବିନ୍ଦଂ ଭଜ ମୂଢମତେ” ର ଅର୍ଥ ହେଉଛି “ହେ ମୂର୍ଖ, ଗୋବିନ୍ଦ (ଭଗବାନ)ଙ୍କୁ ଭଜ, ଗୋବିନ୍ଦଙ୍କୁ ଭଜ ଗୋବିନ୍ଦ କିଏ – ଗୋ ମାନେ ଇନ୍ଦ୍ରିୟା 5 ଇନ୍ଦ୍ରିୟାଙ୍କ ଯିଏ ରାଜା ଯିଏ ପାଳନ କରେ ଗୋପାଳ ସେ ହିଁ ଗୋବିନ୍ଦ ମାନେ (ଆତ୍ମା ) ତାଙ୍କୁ ଭଜ , ଭଜ ମାନେ ଆରାଧନା ଏଠି କୋଣସି କର୍ମକାଣ୍ଡ କଥା ନୁହେଁ ସେବା କରିବା , ଆମର ଯେଉଁ ନବଧା ଭକ୍ତି ଅଛି ସେଥିରେ ବିସ୍ତାର କରି ଯାଇଛି ତେଣୁ ଭଜ ମାନେ ଖୋଜିବା (ଧ୍ୟାନ ) କରିବା “।
ଏଥିରେ ସାଂସାରିକ ଜୀବନର ଅନିତ୍ୟତା ଉପରେ ଗୁରୁତ୍ୱ ଦିଆଯାଇଛି, ଯେପରିକି ଧନ, ପରିବାର, ଏବଂ ଶାରୀରିକ ସୌନ୍ଦର୍ଯ୍ୟ। ସେ ମୋହମାୟା ତ୍ୟାଗ କରି ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ପାଇଁ ପରାମର୍ଶ ଦେଇଛନ୍ତି। ଭଜ ଗୋବିନ୍ଦର ମୂଳ ବାର୍ତ୍ତା ହେଉଛି ଜୀବନର ପ୍ରକୃତ ଲକ୍ଷ୍ୟ ହେଉଛି ମୋକ୍ଷ ପ୍ରାପ୍ତି, ଯାହା କେବଳ ଭଗବାନଙ୍କ ପ୍ରତି ଭକ୍ତି ଏବଂ ଆତ୍ମ-ଜ୍ଞାନ ମାଧ୍ୟମରେ ସମ୍ଭବ।
ଆଦି ଶଙ୍କରଚାର୍ଜ୍ୟଙ୍କର ଭଜ ଗୋବିନ୍ଦମର ସମସ୍ତ ଶ୍ଳୋକକୁ ଦେଖିବା
(1)
ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୂଢମତେ ।
ସମ୍ପ୍ରାପ୍ତେ ସନ୍ନିହିତେ କାଳେ
ନହି ନହି ରକ୍ଷତି ଡୁକୃଞ୍ କରଣେ ॥
ଅର୍ଥ:
ହେ ମୂର୍ଖ! ଗୋବିନ୍ଦଙ୍କୁ ଭଜ ।
ଗ୍ରାମର, ବିଦ୍ୟା, ବିଦ୍ୟାଳୟର ପାଣ୍ଡିତ୍ୟ
ମୃତ୍ୟୁ ସମୟରେ କିଛି ଉପକାର କରିପାରିବ ନାହିଁ ।
(2)
ମୂଢ଼଼ ଜହୀହି ଧନାଗମତୃଷ୍ଣାଂ
କୁରୁ ସଦ୍ ବୁଦ୍ଧିଂ ମନସି ବିତୃଷ୍ଣାମ୍
ୟଲ୍ଲଭସେ ନିଜକର୍ମୋପତ୍ତଂ
ବିତ୍ତଂ ତେନ ବିନୋଦୟ ଚିତ୍ତମ୍ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 2
ଅର୍ଥ:
ହେ ମୂର୍ଖ! ଧନ ରୋଜଗାର କରିବା ଆଉ ତାର ସଂରକ୍ଷଣର କରିବାର ଯେଉଁ ଆଶା ରଖିଛ ତାହାକୁ ଦୂର କର । ମନରେ ସଦ୍ ବୁଦ୍ଧି ଆଣ,ଇନ୍ଦ୍ରିୟ ଲାଳସା ରଖିନାହିଁ। ପୂର୍ବ ଜନ୍ମର କର୍ମଫଳ ଅନୁସାରେ ଯାହା ପ୍ରାପ୍ତ ହୋଇଛି ସେଥିରେ ସନ୍ତୁଷ୍ଟ ରୁହ।। 2
(3)
ନାରୀସ୍ତନଭରନଭୀଦେଶଂ
ଦୃଷ୍ଟ୍ବା ମା ଗା ମୋହାବେଶମ୍
ଏତନ୍ ମାଂସ ବସାଦିବିକାରଂ
ମନସି ବିଚିନ୍ତୟ ବାରଂ ବାରମ୍ ।
ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ 3॥
ଅର୍ଥ:
ନାରୀର ଯୌବନ ସ୍ତନ ଆଉ ନାଭିଦେଶ ଦେଖି ଭ୍ରମିତ ହୁଅନାହିଁ । ସେଗୁଡିକ ମାଂସ ଓ ଚର୍ବିର ରୂପାନ୍ତର ମାତ୍ର ଏହି କଥାକୁ ବାରମ୍ବାର ମନେ ରଖିଥିବ ।
(4)
ନଳିନୀଦଳଗତ ଜଳମତିତରଲଂ
ତଦ୍ ବଦ୍ ଜୀବିତମତିଶୟଚପଲମ୍
ବିଦ୍ଧି ବ୍ୟାଧ୍ୟଭିମାନଗ୍ରସ୍ତଂ
ଲୋକଂ ଶୋକହତଂ ତ ସମସ୍ତମ୍ । ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ 4॥
ଅର୍ଥ:
ପଦ୍ମପତ୍ର ଉପରେ ଜଳ ବିନ୍ଦୁ ଯେମିତି ଢଳ ଢଳ ହେଉଥାଏ, ଠିକ୍ ସେମିତି ଜୀବନଟା ଢଳ ଢଳ ବା ଅସ୍ଥିର। ସେଥିରେ ପୁଣି ରୋଗ ଓ ଅହଂକାରରେ ଏ ସମସ୍ତ ସଂସାର ଜର୍ଜରିତ। ଏ କଥାକୁ ମନେ ରଖିଥାଏ ।
(5)
ୟାବଦ୍ବିତ୍ତୋପାର୍ଜନ ସକ୍ତଃ
ତାବନ୍ନିଜ ପରିବାରୋ ରକ୍ତଃ ।
ପଶ୍ଚାଜ୍ଜୀବତି ଜର୍ଜରଦେହେ
ବାର୍ତାଂ କୋऽପି ନ ପୃଚ୍ଛତି ଗେହେ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 5
ଅର୍ଥ:
ଯେପର୍ଯ୍ୟନ୍ତ ମଣିଷର ଧନ ସଂଗ୍ରହ କରିବାର କ୍ଷମତା ଥାଏ,
ସେପର୍ଯ୍ୟନ୍ତ ପରିବାର-ଲୋକମାନେ ସମସ୍ତେ ତାକୁ ପ୍ରେମ କରନ୍ତି ।
କିନ୍ତୁ ଯେତେବେଳେ ଦେହ ବୃଦ୍ଧାବସ୍ଥାରେ ଦୁର୍ବଳ ହୋଇଯାଏ,
ସେତେବେଳେ ଘରେ କେହି ପଚାରନ୍ତି ନାହିଁ।
(6)
ୟାବଦ୍ପବନୋ ନିବସତି ଦେହେ
ତାବଦ୍ ପୃଚ୍ଛତି କୁଶଲଂ ଗେହେ ।
ଗତବତି ବୟୌ ଦେହାପାୟେ
ଭାର୍ଯ୍ୟା ବିଭ୍ୟତି ତସ୍ମିନ୍ କାୟେ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 6
ଅର୍ଥ:
ଯେ ପର୍ଯ୍ୟନ୍ତ ଦେହରେ ଶ୍ୱାସ (ପ୍ରାଣ) ଅଛି,ସେ ପର୍ଯ୍ୟନ୍ତ
ଆତ୍ମୀୟ ଲୋକମାନେ “କେମିତି ଅଛ” ବୋଲି କୁହନ୍ତି ।
କିନ୍ତୁ ମୃତ୍ୟୁ ପରେ
ଘରରେ ସ୍ତ୍ରୀ (ନିଜ ପ୍ରିୟତମା) ମଧ୍ୟ ପଚାରେ ନାହିଁ। ତୁମର ସେଇ ଶରୀରକୁ ଭୟ କରେ ।
(7)
ବାଳସ୍ତାବତ୍ କ୍ରୀଡାସକ୍ତଃ
ତରୁଣସ୍ତାବତ୍ ତରୁଣୀସକ୍ତଃ ।
ବୃଦ୍ଧସ୍ତାବତ୍ ଚିନ୍ତାସକ୍ତଃ
ପରମେ ବ୍ରହ୍ମଣି କୋऽପି ନ ସକ୍ତଃ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 7
ଅର୍ଥ:
ଶିଶୁବସ୍ଥାରେ ଖେଳନାରେ ଆସକ୍ତି,
ତରୁଣାବସ୍ଥାରେ ସ୍ତ୍ରୀ ସୌନ୍ଦର୍ଯ୍ୟରେ ଆସକ୍ତି, ବୃଦ୍ଧାବସ୍ତାରେ ଚିନ୍ତାରେ ଆସକ୍ତି ।
କିନ୍ତୁ କେହି ପରମବ୍ରହ୍ମ (ଭଗବାନ୍) ରେ ଆସକ୍ତ ହୁଅନ୍ତି ନାହିଁ। ସେଥିରେ କୋଣସି ରୁଚି ନ ଥାଏ ।
(8)
କାତେ କାନ୍ତା କସ୍ତେ ପୁତ୍ରଃ
ସଂସାରୋऽୟମତୀବ ବିଚିତ୍ରଃ
ଅସ୍ୟ ତ୍ୱଂ ଆଃ କୁତ ଆୟାତଃ
ତତ୍ତ୍ଵଂ ଚିନ୍ମୟ ତଦିହ ଭ୍ରାତଃ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 8
ଅର୍ଥ:
କିଏ ତୋ’ର ସ୍ତ୍ରୀ? କିଏ ତୋ’ର ପୁତ୍ର?
ଏହି ସଂସାର ହିଁ ଅତ୍ୟନ୍ତ ଭ୍ରମ (ମାୟା) ।
ତିନୋଟି ଲୋକରେ (ଭୂ, ଭୁଵ, ସ୍ଵର୍ଗ)
ସବୁ ବସ୍ତୁ ନାଶବନ୍ତ ।ଏହି ସତ୍ୟକୁ ମନରେଖି ସମସ୍ତକୁ ତ୍ୟାଗ କରି
ବ୍ରହ୍ମରେ ସ୍ଥିର ହେବା ଦରକାର ।
(9)
ସତ୍ସଙ୍ଗତ୍ୱେ ନିସ୍ସଙ୍ଗତ୍ୱଂ
ନିସ୍ସଙ୍ଗତ୍ୱେ ନିର୍ମୋହତ୍ୱମ୍ ।
ନିର୍ମୋହତ୍ବେ ନ୍ନିଶ୍ଚଲ ତତ୍ତ୍ଵ
ନିଶ୍ଚଲ ତତ୍ତ୍ଵେ ଜୀବନ୍ମୁକ୍ତିଃ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 9
ଅର୍ଥ:
ସାଧୁ-ସତ୍ସଙ୍ଗରେ ରହିଲେ
ଅନାଶକ୍ତ (ବିରକ୍ତି) ଭାବ ହୁଏ ।
ବିରକ୍ତିରୁ ମୋହର ନାଶ ହୁଏ ।
ମୋହର ନାଶରୁ ମନରେ ନିଶ୍ଚଳତା ଆସେ ।
ଏବଂ ନିଶ୍ଚଳ ମନରେ ଜୀବନମୁକ୍ତି (ମୋକ୍ଷ) ଲଭ୍ୟ ହୁଏ ।
(10)
ବୟସି ଗତେ କଃ କାମବିକାରଃ
ଶୁଷ୍ମେ ନୀରେ କଃ କାସାରଃ
କ୍ଷୀଣେ ବିଚ୍ଛେଦ କଃ ପରିବାରୋ
ଜ୍ଞାତେ ତତ୍ତ୍ଵେ କଃ ସଂସାରଃ ।। ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 10
ଅର୍ଥ:
ବୟସ ଗଡ଼ିଗଲା ପରେ କାମ ବିକାର କେଉଁଠି ରହେ। ପୋଖରୀ ଶୁଖିଗଲେ ଜଳ କେଉଁଠି ରହେ। କ୍ଷଣିକେ ବିଚ୍ଛେଦ ହେଲାପରେ ଆଉ ପରିବାର କେଉଁଠି ରହେ । ଜ୍ଞାନ ତତ୍ତ୍ଵ ଆସିବା ପରେ ସଂସାର ଆଉ କେଉଁଠି ରହେ ।
(11)
ମା କୁରୁ ଧନଜନୟୌବନ ଗର୍ବଂ
ହରତି ନିମେଷାତ୍କଲଃ ସର୍ବମ୍।
ମାୟାମୟମିଦମଖିଲଂ ବୁଦ୍ଧ୍ୱଆ
ବ୍ରହ୍ମପଦଂ ତ୍ୱଂ ପ୍ରବିଶ ବିଦିତ୍ବାଂ ।। ଭଜ ଗୋବିନ୍ଦମ ଭଜକ ଗୋବିନ୍ଦମ ।। 11
ଅର୍ଥ:
ଧନଜନ ଯୌବନ ରେ ଗର୍ବ କରନାହିଁ । କାଳ ନିମିଷକେ ସବୁ ହରଣ କରିନିଏ। ଏଣୁ ଏହାକୁ ମାୟାମୟ ଜଗତ ଜାଣି ବ୍ରହ୍ମ ତତ୍ତ୍ଵରେ ତୂମେ ପ୍ରବେଶ କର ।
(12)
ଦିନୟାମିନ୍ୟୌ ସାୟ୍ଂ ପ୍ରାତଃ
ଶିଶିରବସନ୍ତୌ ପୁନରାୟାତଃ ।
କାଲଃ କ୍ରୀଡତି ଗଛ୍ଥତ୍ୟାୟୁଃ
ତଦପି ନ ମୁଞ୍ଚାତ୍ୟାଶାବାୟୁଃ । ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 12
ଅର୍ଥ:
ଦିନରାତି ସଂଧ୍ୟା ସକାଳ ଶୀତ ବସନ୍ତ ବାରମ୍ବାର ଆସେଯାଏ। ସମୟ ହସି ଖେଳି ନେଇ ଚାଲିଯାଉଛି ଜୀବନ ,ତଥାପି ମଣିଷ ତ୍ୟାଗ କରୁନାହିଁ ଆଶା ପ୍ରାଣବାୟୁକୁ ।
(13)
କା ତେ କାନ୍ତା ଧନଗତଚିନ୍ତା
ବାତୁଲ କିଂ ତବ ନାସ୍ତି ନିୟନ୍ତା
ତ୍ରିଜଗତି ସଜ୍ଜନସଂଗତିରେକା
ଭବତି ଭବାର୍ଣ୍ଣବତରଣେ ନୌକା । ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 13
ଅର୍ଥ:
ଧନ ଓ ଐଶ୍ବର୍ୟର ଏତେ ଚିନ୍ତା କଣ ପାଇଁ? ତୁମ ଚିତ୍ତ କାହିଁକି ଏତେ ଚଞ୍ଚଳ? ତୁମ ପାଖରେ ଏକ ନିୟନ୍ତା (ପରମେଶ୍ୱର) ନାହିଁ କି? ଏହି ତିନି ଜଗତରେ, କେବଳ ଦୟାଳୁ, ଉତ୍ତମ ଲୋକଙ୍କ ସଙ୍ଗତି ହିଁ ଏକମାତ୍ର ଜୀବନ ତାରିବା ନୌକା ଅଟେ।”
(14)
ଜଟିଲୋ ମୁଣ୍ଡୀ ଲୁଞ୍ଚିତକେଶଃ
କାଷାୟାମ୍ବରବହୁକୃତ ବେଷଃ ।
ପଶ୍ୟନ୍ନପି ତ ନ ପଶ୍ୟତି ମୁଢୋ
ହ୍ୟୁଦରନିମିତ୍ତଂ ବହୁକୃତ ବେଷଃ । ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। (14)
ମୁଣ୍ଡରେ ଜଟାବାନ୍ଧୀ ବା ଲଣ୍ଡା ହୋଇ ,ମୁଣ୍ଡବାଳକୁ ଉପାଡ଼ି ଗେରୁଆ ବସ୍ତ୍ର ଧାରଣ କରି । ସେ ଦେଖି ମଧ୍ୟ ଦେଖନ୍ତି ନାହିଁ । ମୂର୍ଖ ହିଁ ପେଟ ପୋଷିବା ପାଇଁ ଏମିତି ତୁଳନାତ୍ମକ ବେଶ ଧରେ । ତେଣୁ ଗୋବିନ୍ଦଙ୍କୁ ଭଜନ କର ।
(15)
ଅଙ୍ଗ ଗଲିତଂ ପଲିତଂ ମୁଣ୍ଡଂ
ଦଶନବିହୀନଂ ଜାତଂ ତୁଣ୍ଡମ୍ ।
ବୃଦ୍ଧୋୟାତି ଗୃହୀତ୍ଵା ଦଣ୍ଡଂ
ତଦପି ନ ମୁଞ୍ଚାତ୍ୟାଶାପିଣ୍ଡମ୍ । ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 15
ଅର୍ଥ:
ଚମଡ଼ା ଗଳିବାକୁ ଲାଗିଲାଣି, ମୁଣ୍ଡରେ କେଶ ଧଳା ହେଲାଣି। ମୁହଁରେ ଦାନ୍ତ ନାହିଁ, ବୃଦ୍ଧା ଲୋକ ବାଡି ଧରି ବାଟ ଚାଲିଲେଣି ତଥାପି ମଣିଷ ଆଶା ବାସ୍ନାକୁ ଛାଡି ପାରୁନାହିଁ।
(16)
ଅଗ୍ରେ ବହ୍ନିଃ ପୃଷ୍ଠେ ଭାନୁଃ
ରାତ୍ରୌ ଚୁବୁକସମର୍ପିତ ଜାନୁଃ ।
କରତଲଭିକ୍ଷସ୍ତରୁ ତଲବାସଃ
ତଦପି ନ ମୁଞ୍ଚାତ୍ୟାଶାପାଶଃ । ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 16
ଅର୍ଥ: –
ସାମ୍ନାରେ ନିଆଁ ଲଗାଇ, ପଛରେ ସୂର୍ଯ୍ୟଙ୍କୁ ରଖି ରାତିରେ ଆଣ୍ଠୁ ସନ୍ଧିରେ ମୁଁହକୁ ରଖି, ମଞ୍ଜୁଳାରେ ଭିକ୍ଷା କରି ଗଛତଳେ ବସି ଜୀବନ କାଟୁଥିବା ମଣିଷ ମଧ୍ୟ ଆଶା ବନ୍ଧନରୁ ମୁକ୍ତି ପାଉନାହିଁ । ତେଣୁ ଗୋବିନ୍ଦଙ୍କୁ ଭଜ ।
(17)
କୁରୁତେ ଗଙ୍ଗାସାଗରଗମନମ୍,
ବ୍ରତପରିପାଳନମଥବା ଦାନମ୍।
ଜ୍ଞାନବିହୀନଃ ସର୍ବମତେନ,
ଭଜତି ନ ମୁକ୍ତି ଜନ୍ମଶତେନ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 17
ଅର୍ଥ:
କେହି ଗଙ୍ଗାସାଗର ସ୍ନାନ କରି ,
ବ୍ରତ-ନିୟମ, ଆଦି
ବିଭିନ୍ନ ପୂଜା କରିଥାଇପାରେ ।
କିନ୍ତୁ ଯଦି ଜ୍ଞାନ (ଆତ୍ମଜ୍ଞାନ) ନାହିଁ,
ତାହେଲେ ଶତ ଜନ୍ମରେ ମଧ୍ୟ
ମୋକ୍ଷ ପାଇବା ସମ୍ଭବ ନୁହେଁ ।
(18)
ସୁରମନ୍ଦିରତରୁମୂଳନିବାସଃ,
ଶୟ୍ଯା ଭୂତଳମଜିନଂ ବାସଃ।
ସର୍ବୋପରି ଗ୍ରହ ଭୋଗତ୍ୟାଗଃ,
କସ୍ୟ ନ ସୁଖମ୍ ନ କରୋତି ବିରାଗଃ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 18
ଅର୍ଥ:
ଦେବାଳୟ ପାଖରେ ବୃକ୍ଷମୂଳରେ ବାସ କରି ,
ଭୂମିକୁ ଶୟ୍ୟା, ହରିଣ ଛାଳକୁ ବିଛଣା କରି,
ସଦା ଜ୍ଞାନରେ ସନ୍ତୋଷ – ପରମାନନ୍ଦ
ଏଭଳି ଜୀବନରେ କାହାକୁ ସୁଖ ମିଳେନାହିଁ?
(ଅର୍ଥାତ୍ – ସତ୍ଜ୍ଞାନୀଙ୍କ ପାଇଁ ବାହ୍ୟ ସୁଖର ଆବଶ୍ୟକତା ନାହିଁ।)
(19)
ଯୋଗରତୋ ବା ଭୋଗରତୋ ବା
ସଙ୍ଗରତୋ ବା ସଙ୍ଗବିହୀନଃ ।
ୟସ୍ୟ ବ୍ରହ୍ମଣି ରମତେ ଚିତ୍ତଂ
ନନ୍ଦତି ନନ୍ଦତି ନନ୍ଦତି ଏବ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 19
ଅର୍ଥ:
କେହି ଯୋଗରେ ଆସକ୍ତ, କେହି ଭୋଗରେ ଆସକ୍ତ,
କେହି ସାଙ୍ଗରେ ଥାଆନ୍ତୁ , କି କେହି ଏକାକୀ ।
କିନ୍ତୁ ଯାହାର ମନ ସଦା ବ୍ରହ୍ମରେ ଲୀନ,
ସେ ସତ୍ୟ ସୁଖୀ — ସେ ନନ୍ଦେ, ନନ୍ଦେ, ନନ୍ଦେ (ଆନନ୍ଦରେ ରହେ) ।
(20)
ଭଗବଦ୍ଗୀତା କିଞ୍ଚିଦଧୀତା
ଗଙ୍ଗାଜଳଲବକଣିକା ପୀତା ।
ସକ୍ରିଦପି ଯେନ ମୁରାରି ସମର୍ଚ୍ଚା
କ୍ରିୟତେ ତସ୍ୟ ଯମୋ ନ ଚର୍ଚ୍ଚା ॥ ଭଜ ଗୋବିନ୍ଦମ ଭଯ ଗୋବିନ୍ଦମ ।। 20
ଅର୍ଥ:
ଯେଜଣ କିଛିଭଳି ଭାବେ ମଧ୍ୟ ଗୀତା ପଢ଼େ,
ଗଙ୍ଗାଜଳର ଏକ ବିନ୍ଦୁ ପିଏ,
ଏବଂ ମୁରାରି (ଶ୍ରୀକୃଷ୍ଣ)ଙ୍କୁ ଏକଥର ମଧ୍ୟ
ସମର୍ପଣ କରିଛି,
ସେଜଣଙ୍କୁ ଯମ (ମୃତ୍ୟୁଦେବ) ଆଡ଼େଇ ପାରେନାହିଁ ।
(21)
ପୁନରପି ଜନନଂ ପୁନରପି ମରଣଂ
ପୁନରପି ଜନନୀଜଠରେ ଶୟନମ୍ ।
ଇହ ସଂସାରେ ବହୁଦୁସ୍ତାରେ
କୃପୟାପାରେ ପାହି ମୁରାରେ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 21
ଅର୍ଥ:
ପୁଣି ଥରେ ଜନ୍ମ,
ପୁଣି ଥରେ ମୃତ୍ୟୁ,
ପୁଣି ଥରେ ମାଆଙ୍କ ଗର୍ଭରେ ଶୋଇବା…
ଏହି ସଂସାର ସାଗର ଅତି କଠିନ ।
ହେ ମୁରାରି (କୃଷ୍ଣ),
ତୁମେ ଦୟାକରି ମୋତେ ରକ୍ଷା କର ।
(22)
ରଥ୍ୟାଚର୍ପଟବିରଚିତକନ୍ଥଃ
ପୁଣ୍ୟାପୁଣ୍ୟ ବିବର୍ଜିତପନନ୍ଥଃ
ରୋଗୀ ୟୋଗନିୟୋଜିତଚିତ୍ତୋ
ରମତେ ବାଲୋନ୍ମତ୍ତବଦେବ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 22
ଅର୍ଥ:
ରାସ୍ତାରେ ପଡ଼ିଥିବା ଚିରିଥିବା କପଡ଼ାକୁ ଏକତ୍ର କରି
କମ୍ବଳ ତିଆରି କରିଥିବା ଯୋଗୀ,
ବିଦ୍ୱାନ୍ ହୋଇଥାଇ ସର୍ବଦା ଏକାକୀ ।
ସେ ନିର୍ଭରଶୂନ୍ୟ ହୋଇଥାଏ, ଆତ୍ମଚୈତନ୍ୟରେ ବିଭୋର
ତାହାହେଲେ ତାକୁ କାହାଠାରୁ ସତ୍ୟ ସୁଖ ମିଳିବ? କେତେବେଳେ ସେ ବାଳକ ତ କେତେବେଳେ ପାଗଳ ପରି ଜୀବନ ବିତାଏ । 22
(23)
କସ୍ତ୍ଵଂ କୋଽହଂ କୁତ ଆୟାତଃ
କା ମେ ଜନନୀ କୋଳ ମେ ତାତଃ ।
ଇତି ପରିଭାବୟ ସର୍ବମସାରଂ
ବିଶ୍ଵଂ ତ୍ୟଙ୍କ୍ତୟା ସ୍ୱପ୍ନବିଚାରମ୍ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 23
ଅର୍ଥ:
କିଏ ତୁମେ, କିଏ ମୁଁ, କେଉଁଠାରୁ ଆସିଲି , ଆସିବା ପୂର୍ବରୁ କିଏ ମୋର ଜନନୀ କିଏ ମୋର ପିତା। ଏହିପରି ଅନୁସନ୍ଧାନ କର । ସମସ୍ତ ସଂସାର ବିଶ୍ୱକୁ ସ୍ବପ୍ନ ବିଚାରି ତ୍ୟାଗ କର ନିଜ ସ୍ବରୂପ ଜାଣ। 23
(24)
ତ୍ବୟି ମୟି ଚାନ୍ୟତ୍ରୈକୋ ବିଷ୍ଣୁଃ
ବ୍ୟର୍ଥଂ କୁପ୍ୟସି ମୟ୍ଯସହିଷ୍ଣୁଃ ।
ଭବ ସମଚିତ୍ତଃ ସର୍ବତ୍ର ତ୍ବଂ
ବାଞ୍ଛସ୍ୟଚିରାଦ୍ୟଦି ବିଷ୍ଣୁତ୍ବମ୍ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 24
ଅର୍ଥ:
ତୁମଠାରେ,ମୋଠାରେ ଏବଂ ଅନ୍ୟ ସ୍ଥାନରେ ସେହି ଏକ ସର୍ବବ୍ୟାପକ ସତ୍ୟ। ଅଯଥାରେ ତୁମେ ମୋ ଉପରେ ରାଗ କରୁଅଛ । ଅଧୈର୍ଯ୍ୟ ନ ହୋଇ ସ୍ଥିର ହୁଅ । ଯଦି ତୁମେ ବିଷ୍ଣୁତ୍ବ ଲାଭ କରିବାକୁ ଚାହୁଁଛ ହେ ମୂଢ଼! ତୁମେ ଗୋବିନ୍ଦଙ୍କୁ ଭଜ ।
(25)
ଶତ୍ରୌ ମିତ୍ରୈ ପୁତ୍ରେ ବନ୍ଧୌ
ମା କୁରୁ ୟତ୍ନଂ ବିଗ୍ରହସନ୍ଧୌ ।
ସର୍ବସ୍ମିନ୍ନପି ପଶ୍ୟାତ୍ମାନଂ
ସର୍ବ ତ୍ରୋତ୍ସୃଜ ଭେଦାଜ୍ଞାନମ୍ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 25
ଅର୍ଥ:
ଶତ୍ରୁଠାରେ, ବନ୍ଧୁଠାରେ , ପୁଅ ଠାରେ ସମ୍ପର୍କରେ କେବେବି କଳହ କରନ୍ତୁ ନାହିଁ। ନିଜର ଆତ୍ମ ସ୍ଵରୂପକୁ ସମସ୍ତଙ୍କଠାରେ ଦେଖି । ଅଜ୍ଞାନତା ଜନିତ ଭେଦଭାବକୁଦୂର କର (ଏଣୁ ଗୋବିନ୍ଦଙ୍କୁ ଭଜ)।
(26)
କାମଂ କ୍ରୋଧଂ ଲୋଭଂ ମୋହଂ
ତ୍ୟକ୍ତ୍ୟତ୍ମାନଂ ପଶ୍ୟତି ସୋଽହମ୍ ।
ଆତ୍ମଜ୍ଞାନ ବିହୀନା ମୂଢାସ୍ତେ
ପଚ୍ୟନ୍ତେ ନରକନିଗୂଢାଃ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 26
ଅର୍ଥ:
କାମ, କ୍ରୋଧ,ଲୋଭ, ମୋହକୁ ତ୍ୟାଗ କରି ସେ ହିଁ ମୁଁ ,ଏହି ପରି ଆତ୍ମାକୁ ଦେଖନ୍ତି । ଯେଉଁମାନଙ୍କର ଆତ୍ମଜ୍ଞାନ ନାହିଁ ମୂର୍ଖ ସେମାନେ ନର୍କରେ ପଡ଼ି ଯନ୍ତ୍ରଣା ଭୋଗ କରନ୍ତି।
(27)
ଗେୟଂ ଗୀତାନାମସହସ୍ରଂ
ଧ୍ୟୟଂ ଶ୍ରୀପତିରୂପମଜସ୍ରମ୍ ।
ନେୟଂ ସଜ୍ଜନସଙ୍ଗେ ଚିତ୍ତଂ
ଦେୟଂ ଦୀନଜନାୟ ତ ବିତ୍ତମ୍ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 27
ଅର୍ଥ:
ଗୀତ ଗାଇବ ତ ଭାଗବତ ଗୀତା, ସହସ୍ରନାମ ଧ୍ୟାନ କରିବ ଶ୍ରୀ ପତିଙ୍କ ରୂପକୁ ସର୍ବଦା ମନରେ ସଜାଅ,।ସାଧୁସଙ୍ଗତି କର ଧନ ଦେବାର ଅଛି ତ ଅଭାବଗ୍ରସ୍ତ ଲୋକଙ୍କୁ ଦିଅ ।
(28)
ସୁଖତଃ କ୍ରିୟତେ ରାମାଭୋଗଃ
ପଶ୍ଚାତ୍ ସନ୍ଥ ଶରୀରେ ରୋଗଃ
ୟଦପି ଲୋକେ ମରଣଂ ଶରଣଂ
ତଥାପି ନ ମୁଞ୍ଚତି ପାପାଚରଣମ୍ ॥ ଭଜ ଗୋବିନ୍ଦମ ଭକଜ ଗୋବିନ୍ଦମ ।। 28
ଅର୍ଥ:
ବ୍ୟକ୍ତି ସୁଖ ନିମିତ୍ତ କାର୍ଯ୍ୟରେ ଆମୋଦ ପ୍ରମୋଦରେ ମଜ୍ଜି ରହେ । ପରେ ଶରୀରରେ ରୋଗ ହୁଏ । ସଂସାରରେ ମରଣ ଶରଣ ଲାଗିଅଛି ତଥାପି ମଣିଷ ପାପ ଆଚରଣକୁ ଛାଡି ପାରୁନାହିଁ।
(29)
ଅର୍ଥମନର୍ଥଂ ଭାବୟ ନିତ୍ୟଂ
ନାସ୍ତି ତତଃ ସୁଖଲେଶଃ ସତ୍ୟମ୍ ।
ପୁତ୍ରାଦପି ଧନଭାଜାଂ ଭୀତିଃ
ସର୍ବତୈଷା ବିହିତା ରୀତିଃ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 29
ଅର୍ଥ:
ଅର୍ଥ ହିଁ ଅନର୍ଥର ମୂଳ କାରଣ ଏଣୂ ଅହରହ ଚିନ୍ତାକର ସେଥିରେ ଟିକିଏ ବି ସୁଖ ନାହିଁ ଏପରିକି ନିଜ ପୁଅଠାରୁ ମଧ୍ୟ , ମଣିଷର ଧନୀମାନଙ୍କର ଭୟ ସବୁଠାରେ ଏହିପରି ନିୟମ ତେଣୁ ଗୋବିନ୍ଦଙ୍କୁ ଭଜ।
(30)
ପ୍ରାଣାୟାମଂ ପ୍ରତ୍ୟାହାରଂ
ନିତ୍ୟାନିତ୍ୟବିବେକବିଚାରମ୍ ।
ଜାପ୍ୟସମେତ ସମାଧିବିଧାନଂ
କୁର୍ବବଧାନଂ ମହଦବଧାନମ୍ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 30
ଅର୍ଥ:
ତୁମ ଭିତରେ ଥିବା ଜୀବନ ଶକ୍ତିକୁ ସମସ୍ତ ବିଷୟବସ୍ତୁରୁ ଫେରାଇ ଆଣ । ନିତ୍ୟ ଅନିତ୍ୟ ବସ୍ତୁ ସମ୍ବନ୍ଧରେ ବିବେକ ବିଚାର କରି ଜପ, ତପ ଧ୍ୟାନ ସହିତ ଅନ୍ତରରେ ସ୍ଥିରତା ପାଇଁ ଚେଷ୍ଟା କର ।ଯନ୍ତ୍ରର ସହିତ ଗୋବିନ୍ଦଙ୍କୁ ଭଜ ।
(31)
ଗୁରୁଚରଣାମ୍ବୁଜନିର୍ଭର ଭକ୍ତଃ
ସଂସାରାଦଚିରାଭବ ମୁକ୍ତଃ
ସେନ୍ଦ୍ରିୟମାନସନିୟମାଦେବଂ
ଦ୍ରକ୍ଷ୍ୟସି ନିଜହୃଦୟସ୍ଥଂ ଦେବମ୍ ॥ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ।। 31
ଅର୍ଥ:
ଯେ ଗୁରୁଙ୍କ ପଦପଦ୍ମରେ ନିଷ୍ଠା ଭକ୍ତି କରେ,
ସେ ସଂସାର ବନ୍ଧନରୁ ଶୀଘ୍ରେ ମୁକ୍ତ ହୁଏ ।
ଇନ୍ଦ୍ରିୟ ଓ ମନକୁ ନିୟନ୍ତ୍ରଣ କରି,
ନିଜ ହୃଦୟରେ ବିରାଜିତ ପରମାତ୍ମାଙ୍କୁ ଦର୍ଶନ କରି
ଏହି ଆଦି ଶଙ୍କରଚାର୍ଜ୍ୟଙ୍କର ଭଜ ଗୋବିନ୍ଦମରୁ ଆମେ କଣ ଶିକ୍ଷା କଲେ –
1- ଏହି ଭବ ସାଗରରୁ ପାରି ହବାପାଇଁ ଏହାର ମର୍ମକୁ ବୁଝିବା ଦରକାର ,ସଂସାରର ସମସ୍ତ ବିଷୟ ବସ୍ତୁକୁ ତୁଛ ମନେକରି ଆସକ୍ତ ହୋଇ ବି ନିରାସକ୍ତ ରହିବା ।
.ଧନ ,ସମ୍ପତି ,ସ୍ବାଭିମାନ ,ଅଭିମାନ,ପ୍ରତିଷ୍ଠା,ଯଊବନ, ନାରୀ ସଙ୍ଗତି ଏ ସମସ୍ତ ଅସ୍ଥାୟୀ ସବୁଦିନ ରହିବା ନାହିଁ ।
- ଏଥିରେ ଆସକ୍ତ ମଣିଷ କିଛି ଦିନ ପାଇଁ ସୁଖ ପାଇଥାଏ ,ପରେ ମାନସିକ ଦୁଃଖ ଓ ଅଶାନ୍ତି ଦେଖା ଦିଏ ।
2 – ମୃତ୍ୟୁ ସମୟରେ କେବଳ ଆମର ଭଲ କର୍ମ ଆଉ ପୂଣ୍ୟ ଆମର ରକ୍ଷା କରିଥାଏ
ପ୍ରାଣ ଛାଡିବା ସମୟରେ ଧନ,ସମ୍ପତି, ସ୍ତ୍ରୀ, ପୁତ୍ର , ମାନ ,ପ୍ରତିଷ୍ଠା ଆଦି କାମରେ ଆସିବ ନାହିଁ ।
- ତେଣୁ ଭଗବାନଙ୍କ କର୍ମକୁ ସ୍ମରଣ କରି , ତାଙ୍କ ଉପଦେଶ ମାନି ,ଗୁରୁଙ୍କର ଭକ୍ତି କରି ଆମେ ଭବ ସାଗରରୁ ତରି ଯିବା ।
3 – ଆମ ଜୀବନର 4 ପରଜ୍ୟାୟକୁ ଜାଣିବା ।
- ବାଲ୍ୟବସ୍ତା – ମଜାମସ୍ତି ଖେଳକୁଦ ।
- ଯୁବବସ୍ତା – ସ୍ତ୍ରୀ ସଙ୍ଗତି ଆଉ ଧନ, ଲୋଭ ।
- ବୃଦ୍ଧାବସ୍ତା – ପିଲାମାନଙ୍କ ଚିନ୍ତା ,ଦୁଃଖ ।
- ଶେଷବସ୍ତା – ବ୍ରହ୍ମ (ସତ୍ୟର ) ଚିନ୍ତନ ଆଉ ସମୟର ଅଭାବ ।
- ଏହି ଅବସ୍ତାରେ ଅନେକ ଲୋକ ମାୟା ବନ୍ଧନରେ ବାନ୍ଧି ହୋଇ ରୁହନ୍ତି , ମୁକୁଳି ପାରନ୍ତି ନାହିଁ ।
4 – ସତ୍ସଙ୍ଗର ମହତ୍ଵ କଣ
- ସତ୍ସଙ୍ଗ କଲେ ମୋହ ନାଶ ହୁଏ ମୋହ ନାଶ ହେଲେ ନିଶ୍ଚଳତା ଆସେ – ମୋକ୍ଷ ପ୍ରାପ୍ତ ହଏ ।
- ଏହି ଦିଶା ଜୀବନରଧାରାକୁ ନୂଆ ଦିଶା ଆଉ ସରଳ ଓ ସିଧା ମାର୍ଗ ପ୍ରଶସ୍ତ କରେ ।
5- ଗୁରୁ ଭକ୍ତି ଆଉ ହୃଦୟ ଶୁଦ୍ଧି –
- ଗୁରୁଙ୍କ ପାଖରେ ଭକ୍ତି ରଖିଲେ ,ତାଙ୍କ କଥାକୁ ଅନୁଧ୍ୟାନ କଲେ ,ଆମେ ନିଜ ହୃଦୟରେ ଭାଗବାନଙ୍କୁ ବସି ଦେଖି ପାରିବା ।
- ଏହା ହିଁ ମୋକ୍ଷର ଏକମାତ୍ର ରାସ୍ତା ।
ସାରକଥା –
ଭଜ ଗୋବିନ୍ଦମ ଆମକୁ ଶିକ୍ଷା ଦିଏ –
‘ ଧନ ,ସମ୍ପତି ,ମାନ ଅଭିମାନ ,ପଦ ପ୍ରତିଷ୍ଟା , ପୁତ୍ର ପରିବାର ଆଦିରେ ଆସକ୍ତ ନ ହୋଇ ଗୁରୁ ଓ ଭାଗବାନଙ୍କୁ ସ୍ମରଣ କରି ,ସତ୍ସଙ୍ଗ କରି ଜୀବନର ଉଦେଶ୍ୟ କୁ ଚରିତାର୍ଥ କରିବା ହିଁ ମଣିଷର ଏକମାତ୍ର ଲକ୍ଷ୍ୟ ।
ଆଦି ଶଙ୍କରାଚାର୍ଜୟଙ୍କ ଭଜ ଗୋବିନ୍ଦମକୁ ମୋହ ମୁଦଗର କାବ୍ୟ ବୋଲି କୁହାଯାଏ ।
ବିବେକ ଚୂଡାମଣି ଜଗତ ଗୁରୁ ଆଦି ଶଙ୍କରାଚାର୍ଜ୍ୟ ।
