ପତଞ୍ଜଳି ଯୋଗସୂତ୍ରର ପରିଚୟ

ପତଞ୍ଜଳି ଯୋଗସୂତ୍ରର ପରିଚୟ

ପତଞ୍ଜଳି ଯୋଗସୁତ୍ରର ପରିଚୟ

ମହର୍ଷି ପତାଞ୍ଜାଳୀଙ୍କ ୟୋଗସୂତ୍ର ପ୍ରଥମ ପରିଚୟ 

ପତଞ୍ଜଳି ଯୋଗ ସୂତ୍ର ଏହି ଗ୍ରନ୍ଥକୁ ମହର୍ଷି ପତଞ୍ଜଳି ରଚନା କରିଥିଲେ । ଯାହା 196 ସୂତ୍ରର ଏକ ଟୀକା ଥିଲା ,ସୂତ୍ର ଅର୍ଥାତ ସୂତା ଏହାର ଅର୍ଥାତ ଏଥିରେ ଲେଖା ଯାଇଥିବା ଶବ୍ଦାବଳୀ ପୂରା ଏକ ପ୍ରବାହିତ ବିଚାରଧାରାର ମାଳ ପରି ଗୁନ୍ଥି ହୋଇ ରହିଅଛି । ଏହି ଗ୍ରନ୍ଥକୁ ୟୋଗଦର୍ଶନ ମଧ୍ୟ କୁହନ୍ତି । ଦର୍ଶନ ମାନେ ଦେଖିବା ଦ୍ରଷ୍ଟା ,ୟୋଗଦର୍ଶନର ଅର୍ଥ ଯୋଗ ମାଧ୍ୟମରେ ଦେଖିବା । ଦେଖିବାମାନେ ଆଖିରେ ଦେଖିବା ନୁହେଁ ବା ଅନ୍ୟ କୋଣସି ଇନ୍ଦ୍ରିୟା ମଧ୍ୟାମରେ ବାହ୍ୟ ସଂସାରକୁ ଦେଖିବା ନୁହେଁ, ଏହାର ତାତ୍ପର୍ଯ୍ୟ ମନ ଆଉ ଇନ୍ଦ୍ରିୟାଠୁ ଊପରେ,ଏହାଙ୍କ ବିନା ସହାୟତାରେ ଦେଖିବା ମାନେ ଯେମିତି ଆଖି ଆଉ ଅନ୍ୟ ଇନ୍ଦ୍ରିୟା ବନ୍ଦଥିବ ମନ ପୁରା ନିୟନ୍ତ୍ରଣରେ ଥିବ ତେବେ ଯେଉଁ ଦେଖିବାର ପ୍ରକ୍ରିୟା, ଆଧ୍ୟାତ୍ମିକ ଅନ୍ତଦୃଷ୍ଟି ଦ୍ୱାରା ଅଦୃଶ୍ୟକୁ ଦେଖିବାର ପ୍ରକ୍ରିୟା ଏହାକୁ ହିଁ ୟୋଗଦର୍ଶନ କୁହାଯାଇଥାଏ । ଆଜିଯାଏ ଯୋଗ ଉପରେ ଲେଖା ଯାଇଥିବା ସାହିତ୍ୟରେ ଏ ହେଉଛି ସର୍ବଶ୍ରେଠ ସଠିକ ଏବଂ ବ୍ୟଜ୍ଞାନିକ ଗ୍ରନ୍ଥ । ଆଜି ଆମେ ଦେଖିବା ବିହାର ସ୍କୁଲ୍ ଅଫ୍ ଯୋଗର ପ୍ରତିଷ୍ଠାତା ମହାନ୍ ଯୋଗୀ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଦର୍ଶନ ‘ମୁକ୍ତି କେ ଚାର୍ ସୋପାନ୍’ ଅର୍ଥାତ୍ ‘ମୁକ୍ତିର ଚାରୋଟି ପାହାଚ’ ବିଷୟରେ । ଯାହା ପତଞ୍ଜଳି ଯୋଗସୂତ୍ରର ଭାଷ୍ୟ ଅଟେ ।  ମୁକ୍ତି ମାନେ ଜୀବନ ଛାଡି ପଳେଇବା ନୁହେଁ, ବରଂ ଜୀବନରେ ଥାଇ ସବୁ ଦୁଃଖ କଷ୍ଟରୁ ମୁକ୍ତ ହୋଇ ଖୁସିରେ ବଞ୍ଚିବା । ମହର୍ଷି ପତଞ୍ଜଳିଙ୍କ ‘ଯୋଗସୂତ୍ର’ କେବଳ ଏକ ପୁସ୍ତକ ନୁହେଁ, ବରଂ ମନର ବିଜ୍ଞାନ ତଥା ଯୋଗ ଉପରେ ଲିଖିତ ସର୍ବଶ୍ରେଷ୍ଠ, ସଠିକ୍ ଏବଂ ଅତ୍ୟନ୍ତ ବୈଜ୍ଞାନିକ ଗ୍ରନ୍ଥ ଅଟେ । ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ରଚିତ ଏହି ମୂଳ ଗ୍ରନ୍ଥରେ ସର୍ବମୋଟ ୧୯୬ଟି ସୂତ୍ର ରହିଛି । ଏହାକୁ ମୁଖ୍ୟତଃ ଚାରୋଟି ଅଧ୍ୟାୟ ବା 4ଟି  ପାଦରେ ବିଭକ୍ତ କରାଯାଇଛି । 

ପତଞ୍ଜଳି ଯୋଗସୂତ୍ରର ପରିଚୟ

            1. ସମାଧି ପାଦ

    • ଏହା ଭିତରେ 51 ସୂତ୍ର ଅଛି ଏଥିରେ ଯୋଗର ପରିଭାଷା ,ଉଦେଶ୍ୟ ,ବୃତି ,ଅଭ୍ୟାସ ଆଉ ବୌରାଗ୍ୟ ,ସମପ୍ରଜ୍ଞାତ ଆଉ ଅସମପ୍ରଜ୍ଞାତ ସମାଧି ,ଅନୁଭବର ସାଧନ ,ଈଶ୍ବର (ଶୁଦ୍ଧ ଚେତନା ) ଓଁ ପ୍ରଗତିରେ ବାଧକ ତତ୍ଵ ,ମନକୁ ସମସ୍ଵାରିତ କରିବାର ପ୍ରକ୍ରିୟା ,ସଜୀବ ଆଉ ନିର୍ଜୀବ ସମାଧି ।
    • 2. ସାଧନା ପାଦ
    • ଏହା ଭିତରେ 55 ସୂତ୍ର ଅଛି । କ୍ଳେଶ ,(ଜୀବନର ଚିନ୍ତା )କ୍ଲେଶ ନିବୃତି ,କ୍ଳେଶ ନାଶର ପ୍ରୟଜନ ,ଜ୍ଞାତା ଆଉ ଜ୍ଞାତ ,ସଜଗତା ଆଉ ଏହାର ଅଭାବ ,ପ୍ରଜ୍ଞାପଥ ସହଜ ଜ୍ଞାନ ) ଅଷ୍ଟାଙ୍ଗ ଯୋଗ –ୟମ ନିୟମ ,ନିଷେଧାତ୍ମକ ବିଚାରକୁ ନିୟନ୍ତ୍ରଣ କରିବାର ବିଧି , ୟମ ନିଯମରେ ନିପୁଣତା ଆଉ ତାର ପରିଣାମ ,ଆସନ ,ପ୍ରାଣାୟାମ ,ପ୍ରତ୍ୟାହାର ,ଆଦି ।

               3. ବିଭୁତି ପାଦ

              ଏହା ଭିତରେ 56 ସୂତ୍ର ଅଛି । ଧାରଣା (ଏକାଗ୍ରତା )ଧ୍ୟାନ ,ସମାଧି ,ସଁୟମ ପରିଣାମ (ଚେତନା ର ରୂପାନ୍ତରଣ ) ବାହ୍ୟ ଦୃଶ୍ୟ ଜଗତର ପ୍ରକୃତି ସିଦ୍ଧୟା ଆଦି ।

             4. କୈବଲ୍ୟ ପାଦ

             ଏହା ଭିତରେ 34 ସୂତ୍ର ଅଛି । ଏଥିରେ ସିଦ୍ଧି ପ୍ରାପ୍ତିର ସାଧନ ସ୍ୱତନ୍ତ୍ର ବ୍ଯକ୍ତିତ୍ଵର କାରଣ ,ମନ ,କର୍ମ (ପ୍ରାରବ୍ଧ ଆଉ ବିଚାର ) ଦର୍ଶନର ସିଦ୍ଧାନ୍ତ ,ମନର ଏକ ଅଚେତନ ଉପକରଣ କୈବଲ୍ୟ ମାର୍ଗ ଆଉ କୈବଲ୍ୟ ।

  • ଏ ସବୁ ସୂତ୍ର ଏକ ସୁନିୟୋଜିତ କ୍ରମରେ ସଜା ହୋଇଅଛି ।
  • ପତଞ୍ଜଳି ଯୋଗସୂତ୍ର ତାର ସୂତ୍ରଗୁଡିକୁ ଏକ ପୁସ୍ତକ ପରି ପଢିବା ଅନୁଚିତ | ଯଦି ଏହାର କେବଳ ଗୋଟିଏ ସୂତ୍ରକୁ ନିଜ ଜୀବନରେ ଉତାରି ଦିଅ ଏହାକୁ ବାସ୍ତବିକ କର , ଯଦି ତୁମେ ଗୋଟିଏ ସୂତ୍ରକୁ ସଠିକ ରୂପେ ବୁଝି ଏହାକୁ ଗ୍ରହଣ କରିଲ ଯଦି ଏହା ତୁମ ଜୀବନରେ ବାସ୍ତବିକତାରେ ପରିଣତ ହୁଏ, ତେବେ ଅନ୍ୟ କୌଣସି ସୂତ୍ରକୁ ପଢିବାର ଆବଶ୍ୟକତା ନାହିଁ | ଯଦି ଏହାକୁ ଆପଣ ତର୍କ ଦୃଷ୍ଟିରେ ଦେଖିବେ କି ବୁଦ୍ଧି ଦ୍ୱାରା ବୁଝିବାକୁ ଚେଷ୍ଟା କରିବେ ତ ଏହା ମୂର୍ଖତା ହେବ । ଯଦି ଆପଣ ଏହାକୁ ଭଲରେ ଦେଖିବେ ତ ଏହା ଠିକ ଗଣିତର ଫରମୂଲା ପରି ଯେମିତି 2*2=4, 2+2=4 । ସେହିପରି ଯେମିତି ସେ କହୁଛନ୍ତି ଯଦି ଠିକ ଠିକ ଆପଣ ସେମିତି କରିବେ ତ ପରିଣାମ ଅବଶ୍ୟ ସଠିକ ମିଳିବ ହିଁ ମିଳିବ ।
  • ଯେମିତି ପାଣିକୁ 100 ଡିଗ୍ରୀ ତାପରେ ଉତପ୍ତ କଲେ ପାଣି ବାଷ୍ପ ହୋଇ ଉଡିଯାଏ । ଏଠି କୌଣସି ବିଶ୍ୱାସର ଆବଶ୍ୟକତା ନାହିଁ ବାସ ସେ ଯେମିତି କହୁଛନ୍ତି ସେମିତି କର ଆଉ ଜାଣ । ଏହା କିଛି ଏମିତି ଯାହାକୁ କରିଲେ ହିଁ ଜାଣି ପାରିବ ।
  • ମହର୍ଷି ପତଞ୍ଜାଳୀଙ୍କ ଏହି ଗ୍ରନ୍ଥରେ କୌଣସି ପ୍ରକାର ଅତିରିକ୍ତ ଶବ୍ଦର ଉପଯୋଗ କରାଯାଇ ନାହିଁ କି କୌଣସି ବାକ୍ୟର ଅନାବଶ୍ୟକ ବିସ୍ତାର କରାଯାଇଛି । ଯେଉଁ ଶବ୍ଦକୁ ଗୋଟିଏ ଶବ୍ଦରେ କୁହା ଯାଇପାରିବ ତାକୁ 2ଟି ଶବ୍ଦ ରେ କୁହାଯାଇନାହିଁ ।
  • ଯେମିତି ଆମେ ଗୁଗଲ ମ୍ୟାପ ଉପଯୋଗ କରୁ ଲକ୍ଷ୍ୟସ୍ଥଳରେ ପହଁଚିବା ପାଇଁ ପ୍ରଥମେ ଆମେ ଯାଗାର ନାମ ଲେଖୁ ତା ପରେ ରାସ୍ତା ଦେଖାଇଦିଏ ଆମେ ଷ୍ଟାର୍ଟ କରି ସେହି ରାସ୍ତା ଦେଖି ଦେଖି ଯାଉ ଆଉ ଠିକ ଯାଗାରେ ପହଞ୍ଚିଯାଉ ସେହିପରି ଏହି ଯୋଗସୂତ୍ର । 
  • ଯେମିତି ଭାଗବତରେ ବି ରାଜଯୋଗ ,ଜ୍ଞାନଯୋଗ ,ଭକ୍ତିଯୋଗ, କର୍ମଯୋଗ ,ଧ୍ୟାନଯୋଗ ଆଦିର ବର୍ଣନା କରା ଯାଇଛି ଠିକ ସେମିତି ପ୍ରାଚୀନ କାଳରୁ ଯୋଗଦର୍ଶନରେ ପତଞ୍ଜଳି ଯୋଗସୂତ୍ରରେ ଯୋଗର ପୁରା ବିସ୍ତାର ରୂପେ ବର୍ଣନା କରା ଯାଇଛି ।  ଏହା ଏକମାତ୍ର ପ୍ରାମାଣିକ ଗ୍ରନ୍ଥ ଯିଏ ବାହାରେ ନୁହେଁ ନିଜ ଭିତରେ ଖୋଜିବାକୁ କହିଥାଏ । ଆତ୍ମସାକ୍ଷାତ ପାଇଁ ବିଧି ଦେଲେ ସୂତ୍ର ଦେଲେ ଅଷ୍ଟାଙ୍ଗଯୋଗ ମଧ୍ୟ ଦେଲେ । ୟମ,ନିୟମ ,ଆସନ ,ପ୍ରାଣାୟାମ ,ପ୍ରତ୍ୟାହାର ,ଧାରଣା ,ଧ୍ୟାନ ,ସମାଧି,
  • ୟମ ,ନିୟମ ,ଆସନ ପ୍ରାଣାୟାମ ,ଆଊ ପ୍ରତ୍ୟାହାର ଏ ପାଞ୍ଚ ବହିରଙ୍ଗ ଯୋଗ ନାମରେ ପରିଚିତ । ଏହା ଶରୀର ଆଊ ମନକୁ ଧୀରେ ଧୀରେ ପ୍ରସ୍ତୁତ କରିଥାଏ ସାଧନା ପାଇଁ ।
  • ଧାରଣା ,ଧ୍ୟାନ ଆଊ ସମାଧି ଏ 3 ଟି କୁ ଅନ୍ତରଙ୍ଗ ଯୋଗ କୁହାଯାଏ । ପ୍ରଥମ 5 ଚେତନାର ବିରୋଧ କରିଥାଏ ଆଊ ଅନ୍ତିମ 3 ତାର ପ୍ରସାର କରିଥାଏ। ଆଗକୁ ଆସୁଥିବା ସମସ୍ତ ସାଧନା କେବଳ ସେତେବେଳେ ସଫଳତା ପାଇବ ଯେବେ ସାଧକ ପୂର୍ବରୁ ବର୍ଣିତ ଥିବା ସାଧନାକୁ ସଫଳତାପୂର୍ଣ କରି ସାରିଥିବା । ପ୍ରତ୍ୟାହାର ଯାଏ ସାଧନାରେ ବାହାରି ବ୍ୟବଧାନକୁ ଦୂର କରିଥାଏ ତଥା ଧାରଣାରେ ଆରମ୍ଭ ହେଉଥିବା ସାଧନା ଦ୍ୱାରା ଅଶାନ୍ତ କରୁଥିବା ବିଚାର ତଥା ମନଦର୍ଶନ ଆଦି ଥମିଯାଏ ,ଯାହାର ଫଳ ସ୍ୱରୂପ ମନ ପୂରା ଶାନ୍ତ ହୋଇଯାଏ
  • ଏ 8 ଯୋଗ ମନୁଷ୍ୟ ପଞ୍ଚକୋଷରେ ସ୍ତିରତା ଆଣିଥାଏ
  • ଅନ୍ନମୟ କୋଷ ,ପ୍ରାଣମୟ କୋଷ ,ମନୋମୟ କୋଷ ,ବିଜ୍ଞାନମୟ କୋଷ , ଆଊ ଆନନ୍ଦମୟ କୋଷ ଅନ୍ତତଃ ଏହି କୋଷର ସୀମାକୁ ଅତିକ୍ରମଣ କରିବା ହେଲା ଲକ୍ଷ । ଏହି ଯାତ୍ରା ସ୍ଥୂଳରୁ ସୂକ୍ଷ୍ମ କୁ ହେଇଥାଏ ।
  • ୟମକୁ 5 ଭାଗରେ ଭିଭକ୍ତ କରାଯାଇଛି –ସତ୍ୟ ,ଅହିଂସା ,ଅସ୍ତେୟ ,ବ୍ରହ୍ମଚର୍ୟ ,ଆଊ ଅପରିଗ୍ରହବ୍ୟକ୍ତିର ସାମାଜିକ ସମ୍ପର୍କକୁ ମଧୁର କରିବା ପାଇଁ ଏବଂ ତାଙ୍କର ଆନ୍ତରିକ ଭାବନାଗୁଡ଼ିକୁ ସୁସଂଗତ କରିବା ଉଦ୍ଦେଶ୍ୟରେ କରାଯାଇଛି । ଏହା ବ୍ୟକ୍ତିର ବାହ୍ୟ କର୍ମ ଏବଂ ଆଭ୍ୟନ୍ତରୀଣ ଭାବନା ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ କମ୍ କରିବାକୁ ପ୍ରେରିତ କରିଥାଏ । 
  • ନିୟମରେ ମଧ୍ୟ – 5ଟି ନିୟମ ଶୌଚ ,ସନ୍ତୋଷ ,ତପ ,ସ୍ଵାଧ୍ୟାୟ ,ଆଊ ଈଶ୍ବର ପ୍ରାଣିଧାନ
  • ୟମ ଆଊ ନିୟମ ବ୍ୟକ୍ତିର ବାହ୍ୟ କର୍ମ ଆଊ ଆନ୍ତରିକ ଭାବ ମଧ୍ୟରେ ଥିବା ଦଂଦ୍ଵକୁ କମ କରିବା ପାଇଁ କରାଯାଇଛି । ଏହାର ଦୁଇ ପାଖରୁ ସମ୍ବନ୍ଧ , ମନ ବାହ୍ୟ କର୍ମକୁ ପ୍ରେରିତ କରିଥାଏ ଆଊ ବାହ୍ୟ କର୍ମ ମନକୁ ଉତେଜିତ କରେ । ଯଦି ବାହ୍ୟ କର୍ମ ଅସଙ୍ଗତ ହେବ ତ ମନ ବି ଅଶାନ୍ତ ହେବ । ଏହାର ବିପରୀତ ଅଶାନ୍ତ ମନ ଅସଙ୍ଗତ କର୍ମକୁ ଉତ୍ପନ୍ନ କରିବ । ଏହା ଏକ ଅନ୍ତହୀନ ଚକ୍ର ଯେଉଁଥିରେ ଆନ୍ତରିକ ସମସ୍ୟା ବାହ୍ୟ ସମସ୍ୟାକୁ ଆମନ୍ତ୍ରିତ କରିବ ତଥା ବାହ୍ୟ ସମସ୍ୟା ତା ଠାରୁ ଅଧିକ ଆନ୍ତରିକ ସମସ୍ୟା ଉତ୍ପନ୍ନ କରିବ । 
  • ୟମ ନିୟମର ଲକ୍ଷ୍ୟ ହେଲା ଏହି ଚକ୍ରକୁ ଭାଙ୍ଗିବା ନିଜ ପାଇଁ ନିଜ ଜୀବନ ପାଇଁ ନିଜ ପରିବେଶ ପାଇଁ ବୁଦ୍ଧିମାନ ହୋଇ କାର୍ଯ୍ୟ କରିବା ଓ ଭାବ ଦ୍ୱାରା ମନକୁ ଶାନ୍ତ କରିବ ।
  • ୟମ ଓ ନିୟମ ଏ 10 ସଂକଳ୍ପ ଏହା ଏତେ ସରଳ ନୁହେଁ । କିନ୍ତୁ ଏହାର ପ୍ରୟୋଗରେ ମାନସିକ ଅଶାନ୍ତିର ସମସ୍ତ ସମସ୍ୟା ସମାଧାନ କରି ମାନସିକ ଶାନ୍ତି ପ୍ରଦାନ କରେ ।
  • ଆସନ

ଆସନ ମାନେ  ପଦ୍ମାସନ ,ସିଦ୍ଧାସନ,ବା ହଠୋୟୋଗର କୋଣସି ଆସନ ନୁହେଁ  ,ସୁଖାସନ ମାନେ ସୁଖପୁର୍ବକ ବସିବାର ମୁଦ୍ରାକୁ ଆସନ କୁହାଯାଇଛି । ଏହି ଆସନର ଉଦେଶ୍ୟ  ବିଭିର୍ନ ତାନ୍ତ୍ରିକା ଆବେଗରେ ଆସୁଥିବା ଭାବନା ସୁଖ ଦୁଃଖ ଶୀତଳ ତପ୍ତ ଆଦି ବିରୋଧୀ ପ୍ରତିକ୍ରିୟାକୁ ଶାନ୍ତ କରି ସଂତୁଳନ ସ୍ଥାପିତ କରିବା ।

  • ପ୍ରାଣାୟାମ

ଏହି ଅଭ୍ୟାସର ଉଦେଶ୍ୟ ମାନବ ସରଂଚନାର ସମସ୍ତ ପ୍ରାଣଶକ୍ତିକୁ କେନ୍ଦ୍ରିତ କରିବା । ପ୍ରାଣାୟମ ଦ୍ୱାରା ଆତ୍ମନୀୟନ୍ତ୍ରଣ ତଥା ଏକାଗ୍ରତା ଆସିଥାଏ ।

  • ପ୍ରତ୍ୟାହାର = ପ୍ରତ୍ୟାହାର ୟୋଗିକ ଶବ୍ଦ ପ୍ରତି + ଆହାର ପ୍ରତି ଅର୍ଥ ବିପରୀତ , ବିମୁଖ ଆଉ ଆହାର ଅର୍ଥ ଭୋଜନ ଅର୍ଥାତ ଇନ୍ଦ୍ରିୟା ମାଧ୍ୟମରେ ଯାହା କିଛି ଗ୍ରହଣ କରାଯାଏ ତାହା ଆହାର । ଚେତନାକୁ ଆହାର ଅର୍ଥାତ ଅର୍ନ ଶବ୍ଦ ଆଦିରୁ ହଟାଇ ବିଷୟର ଚିନ୍ତନ କରିବାର ବିଧି । ଏହାର ଅଭ୍ୟାସରେ ମନର ବହିର୍ମୁଖୀ ବୃତିକୁ ଅଟକାଇ ଚେତନାକୁ ଅନ୍ତର୍ମୁଖୀ କରାଯାଇ ପାରିବ । ଯେଉଁ ବ୍ୟକ୍ତି ବାହ୍ୟ ଇନ୍ଦ୍ରିୟାର ଅନୁଭବରେ ଅଶାନ୍ତ ଏବଂ ବିକ୍ଷିପ୍ତ ହୋଇଯାଇଥାଏ ତା ପାଇଁ ମନର ଆନ୍ତରିକ କ୍ଷେତ୍ରକୁ ଖୋଜିବା ଅସମ୍ଭବ । ଯେମିତି  ମୌନ ,ଉପବାସ ଆଦି ରଖି ଇନ୍ଦ୍ରିୟା ଅନୁଭବର ବୃତିକୁ ବିରୋଧ କରି ପ୍ରତ୍ୟାହାର ଅବସ୍ତା ଆଣିବାକୁ ଚେଷ୍ଟା କରନ୍ତି ।
  • ଧାରଣା = ଧାରଣାର ଅର୍ଥ ମାନସିକ ଏକାଗ୍ରତା । ଧ୍ୟାନ ପୂର୍ବରୁ କୋଣସି ଏକ ବିନ୍ଦୁ ବା ଜୋତି , ବା କୌଣସି ଭଗବାନଙ୍କ ପ୍ରତିମୂର୍ତିକୁ ଲକ୍ଷ୍ୟ କରି ଚିତକୁ କୌଣସି ଏକ ବିଚାରରେ ବାନ୍ଧି ରଖିବାକୁ ଧାରଣା କୁହାଯାଇ । ଯଦି ସାଧକ ପ୍ରତ୍ୟହାରରେ ନିପୁଣତା ପ୍ରାପ୍ତ କରିଯାଏ ତ ତାହାର ସମସ୍ତ ବାହ୍ୟ ବ୍ୟବଧ୍ୟାନ ସମାପ୍ତ ହୋଇଯାଏ । କିନ୍ତୁ ତଥାପି ତାର ମନ ଅତୀତର ସ୍ମତି ,ଭବିଷ୍ୟତର କଳ୍ପନା ଆଉ ମାନସିକ ବାର୍ତାଳାପରୁ ମୁକ୍ତ ହୋଇ ନଥାଏ । ମନ ଅତୀତର ସେଇ ସୁଖ ଦୁଃଖର ଅନୁଭବ ବିଷୟରେ ଭାବି ଭାବି ତା ରି ପଛରେ ଭାବି ଭାବି ଗୋଡାଇ ଯାଏ ତାକୁ ଅନୁଭବ ବି କରେ ଆଉ ସେଥିରେ ସେ ବ୍ୟସ୍ତ ରହି ଡରିଥାଏ ଆଉ ତାର ଯୋଜନା କରିଥାଏ । ମାନସିକ ଏକାଗ୍ରତା ପ୍ରାପ୍ତ କରିବାକୁ ଏମିତି ଅନେକ ଉପାୟ ଅଛି । କର୍ମକାଣ୍ଡ  ,ମନ୍ଦିର , ପ୍ରାଥନା ,ପୂଜା ,ଭଜନ କୀର୍ତନ ଆଦି ଅନେକ ବିଧି ବିଧାନ ଅଛି । ମହର୍ଷି ପତଞ୍ଜଳି କହୁଛନ୍ତି କି ଆନ୍ତରିକ ଏକାଗ୍ରତା ପାଇଁ କୋଣସି ଏକ ପ୍ରତୀକକୁ ନେଇ ପାରିବେ ହେଇପାରେ ସେ ଆପଣଙ୍କ ଗୁରୁ ,ଇଷ୍ଟ ,ମନ୍ତ୍ର ,ବା କୋଣସି ବସ୍ତୁ ପାଦର ଆଙ୍ଗୁଠି ବି ହେଇପାରେ । ପ୍ରତୀକ ଏମିତି ହେବା ଜରୁରୀ ଯେମିତି ସେ ସ୍ୱତଃ ଆପଣଙ୍କ ଧ୍ୟାନକୁ ଆକୃଷ୍ଟ କରିପାରୁଥିବ ,ଆଖି ବନ୍ଦ କଲେ ମଧ୍ୟ ତାର ପ୍ରତୀକ ଆପଣଙ୍କ ସମ୍ମୁଖରେ ଥିବ । ଆପଣଙ୍କ ମନ ,ପ୍ରାଣ , ସମ୍ପୂର୍ଣ ବ୍ୟକ୍ତିତ୍ଵ ତା ଭିତରେ ବୁଡିଯାଇଥିବ । ଯେ ପର୍ଯ୍ୟନ୍ତ ପ୍ରତୀକ ଅପାନଙ୍କୁ ଆକୃଷ୍ଟ କରିନାହିଁ ସେ ପର୍ଯ୍ୟନ୍ତ ଆପଣଙ୍କ ମନ ଆଉ ଆତ୍ମା ଏପଟ ସେପଟ ରହିଥିବେ । ଧାରଣା ପାଇଁ ନିୟମିତ ଅଭ୍ୟାସ ଜରୁରୀ ଏମିତି କରିଲେ ଧୀରେ ଧୀରେ ସାଧକକୁ ନିଜ ପ୍ରତୀକ ସାହାର୍ଯ୍ୟରେ ଧ୍ୟାନରେ ପ୍ରବେଶ କରିଥାଏ ।
  • ଧ୍ୟାନ = ଧ୍ୟାନ ଧାରଣାର ହିଁ ବିସ୍ତାର ଯେବେ ସାଧକ ଲମ୍ବା ସମୟ ଯାଏ ନିଜ ପ୍ରତୀକ ଉପରେ ମନକୁ ଅବିଚଳିତ ହୋଇ ଏକ ଧାରାରେ ଲକ୍ଷ୍ୟ ରଖିଥାଏ ତ ତାକୁ ଧ୍ୟାନ କୁହାଯାଏ ମନରେ ଆଉ ଚଞ୍ଚଳତା ,ବିଚଳତା, ବିଚାର , ଭାବନା ଆଦି କିଛି ନଥାଏ ,ସମସ୍ତ ଦ୍ଵନ୍ଦଭାବ ସମାପ୍ତ ହୋଇଯାଏ । ଦ୍ରଷ୍ଟା , ଦୃଶ୍ୟ ଆଉ ଦର୍ଶନ ଯେବେ ଏକ ହୋଇଯାଏ ତ ସାଧକ ସମାଧିରେ ପ୍ରବେଶ କରିଯାଏ ।

ସମାଧି = ଯେବେ ମନ ସହିତ 5 ଜ୍ଞାନେନ୍ଦୀୟା ଶାନ୍ତ ହୋଇଯାଏ ଆଉ ବୁଦ୍ଧିର ବ୍ୟାପାର ମଧ୍ୟ ବନ୍ଦ ହୋଇଯାଏ ତେବେ ସେହି ଅବସ୍ଥା ସର୍ବୋଚ୍ଚ ଅବସ୍ଥା । ଏହା ସେହି ଅବସ୍ଥା ଯେବେ ମନ ଅନ୍ତକରଣରେ ଆଉ ବାହ୍ୟ ପ୍ରବୃତି ଅନୁପସ୍ଥିତ ଥାଏ ଏବଂ ସଚେତନ ଆସିଥାଏ ତାହାକୁ ଋଷିଗଣ ସମାଧି କୁହନ୍ତି । ଶାସ୍ତ୍ରୀୟ ମତଭେଦରେ ବିଚଳିତ ହୋଇ ରହିଥିବା ବୁଦ୍ଧି ନିଶ୍ଚଳ ହୋଇ ସମାଧିରେ ଅଚଳ ହୋଇଯିବ ସେହି ସମୟରେ ୟୋଗ ପ୍ରାପ୍ତ ହୋଇଯାଏ । ସମାଧିରେ ଆତ୍ମସାକ୍ଷାତ୍କାର ପ୍ରାପ୍ତ ହୁଏ ।

ପତଞ୍ଜଳି ଯୋଗସୂତ୍ରର ପରିଚୟ

ମନର ସ୍ଵଭାବ

ଆଧୁନିକ ମନୋବିଜ୍ଞାନ ମନକୁ ସଚେତନକୁ ଚେତନାର ଉତ୍ସ ବୋଲି ବିବେଚନା କରେ କିନ୍ତୁ ମହର୍ଷି ପତଞ୍ଜଳି ସ୍ପଷ୍ଟ ଭାବରେ କହିଛନ୍ତି ଯେ ମନ ଚେତନାର ଉତ୍ସ ହୋଇପାରିବ ନାହିଁ , ଏହାକୁ ମଧ୍ୟ ଗୋଟିଏ ବସ୍ତୁ ଭାବରେ ଦେଖାଯାଇପାରେ । ମନ ସ୍ୱୟଂ ପ୍ରକାଶିତ ହୁଏ ନାହିଁ । ପଦାର୍ଥ ହେଉଛି ମନର ସ୍ଥୂଳ ଏବଂ ପ୍ରକାଶିତ ରୂପ । ପଦାର୍ଥ ମନ ଦ୍ୱାରା ନିୟନ୍ତ୍ରିତ ହୁଏ , ମନ ପଦାର୍ଥ ଦ୍ୱାରା ନୁହେଁ । ଆମେ ଆମ ଚାରିପାଖରେ ଦେଖୁଥିବା ଯେଉଁ ଭୌତିକ ଜଗତକୁ ଦେଖୁଛୁ ପ୍ରକୃତରେ ତାହା ଜୀବର ଅଧିକ ସୂକ୍ଷ୍ମ ମାନସିକ ଦିଗର ଅଭିବ୍ୟକ୍ତି ।

ମନର 3 ଦିଗ (ସ୍ତର )

ଚେତନ ମନ – ସ୍ଥୂଳ , ଜାଗ୍ରତ । ସ୍ଥୂଳ ଜଗତର ପୃଷ୍ଠ ବିଚାରଧାରା ଆଉ ତାହାର ଧାରଣା ।

ଅବଚେତନ ମନ – ସୂକ୍ଷ୍ମ , ସ୍ୱପ୍ନ ବ୍ୟକ୍ତିଗତ ସ୍ମୃତି ,ସଂସ୍କାର ।

ଅଚେତନ ମନ – କାରଣ , ସୁଷୁପ୍ତି , ବ୍ରହ୍ମାଣ୍ଡର ସାମୁହିକ ସଂସ୍କାର ଆଉ ସ୍ମୃତି ।

ମନର ଏହି କ୍ଷେତ୍ରଗୁଡ଼ିକ ମଣିଷର ଜନ୍ମଗତ , ବୌଦ୍ଧିକ , ମାନସିକ ଆଉ ଅନ୍ତର୍ନିହିତ ଦିଗୁଡିକ ଘେରି ରହିଛି । ପତଞ୍ଜଳି ଯୋଗର ଉଦେଶ୍ୟ ହେଉଛି ମନର ଚେତନରୁ ଅବଚେତନ ଆଉ ଅବଚେତନରୁ ଅଚେତନ ଯାଏ ପହଞ୍ଚିବା । ଖୁବ୍ କମ୍ ଲୋକ ହିଁ ମନର ଏହି ଅତଳ ଗଭିରତାକୁ ବୁଝିପାରନ୍ତି । ଏହି ଗଭୀର ସ୍ତରରେ ମଣିଷର ଦବିଯାଇଥିବା ସଂସ୍କାର, ପୂର୍ବ ଜନ୍ମର ସ୍ମୃତି ଯାହା ବ୍ୟକ୍ତିକୁ କିଛି ନିର୍ଦ୍ଧାରିତ ଢଙ୍ଗରେ କାର୍ଯ୍ୟ କରିବାକୁ ପ୍ରେରିତ କରେ ଏବଂ ବ୍ୟକ୍ତିଗତ ଚେତନାର ସାଧାରଣ ସୀମା ବାହାରେ ଥିବା ସମଷ୍ଟି ଚେତନାର ସୁପ୍ତ ବା ଅନଭିବ୍ୟକ୍ତ ସ୍ମୃତିଗୁଡ଼ିକ ଲୁଚି ରହିଥାଏ  । ଯୋଗସୂତ୍ରର ଭାଷ୍ୟକାର ବେଦବ୍ୟାସ ଅବଚେତନ ମନ ଆଉ ଅଚେତନ ମନକୁ 7 ଭାଗରେ ବିଭକ୍ତ କରିଛନ୍ତି –

ଦମିତ ସଂସ୍କାର : ବ୍ୟକ୍ତି ଦ୍ୱାରା ନିଜ ମନକୁ ଦବାଇବା ବା ଦମନ କରିବା ଯୋଗୁଁ ଉତ୍ପନ୍ନ ହୋଇଥିବା ସଂସ୍କାର ।

ପୂର୍ବ ଜନ୍ମର ସ୍ମୃତି ଓ ବଂଶାନୁକ୍ରମ : ଏପରି ସଂସ୍କାର ଯାହା ମନୁଷ୍ୟକୁ ଏକ ନିର୍ଦ୍ଧାରିତ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥାଏ । ଏଗୁଡ଼ିକ ପୂର୍ବ ଜନ୍ମର ସ୍ମୃତି ଅଟେ, ଯାହା ବ୍ୟକ୍ତିର କାର୍ଯ୍ୟ, ରୋଗ, ପ୍ରତିଭା ଆଦିକୁ ନିର୍ଦ୍ଧାରିତ କରେ ଏବଂ ମନୁଷ୍ୟର ବଂଶାନୁକ୍ରମ ସହିତ ସମ୍ବନ୍ଧିତ ହୋଇଥାଏ । 

ସୁପ୍ତ ବା ଅନଭିବ୍ୟକ୍ତ ସ୍ମୃତି  : ପୂର୍ବ କର୍ମର ସୁପ୍ତ ଓ ଅନଭିବ୍ୟକ୍ତ ସ୍ମୃତି, ଯାହାକି ବ୍ୟକ୍ତିଗତ ଚେତନାର ସାଧାରଣ ସୀମାର ବାହାରେ ସମଷ୍ଟି (ସାମୂହିକ) ଚେତନାରେ ଲୁଚି ରହିବା ସହ ସଞ୍ଚିତ ହୋଇ ରହିଥାଏ । 

ସହଜ କ୍ରିୟା (Innate actions) : ଭୌତିକ ଏବଂ ପ୍ରାଣିକ ଶରୀରର ପ୍ରବୃତ୍ତିଜନ୍ୟ କାର୍ଯ୍ୟଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ସହଜ କ୍ରିୟା। ଉଦାହରଣ ସ୍ୱରୂପ, ଆମକୁ ଖାଦ୍ୟ ହଜମ କରିବା କାହାଠାରୁ ଶିଖିବାକୁ ପଡ଼େ ନାହିଁ, ଏହି କ୍ଷମତା ପୂର୍ବରୁ ହିଁ ବ୍ୟକ୍ତିର ମନରେ ନିର୍ଦ୍ଧାରିତ ହୋଇ ରହିଥାଏ ।

ପ୍ରାଣ ରୂପୀ ସାଧନ : ଆମର ମନ ଯେତେ ସ୍ଥୂଳ କିମ୍ବା ସୂକ୍ଷ୍ମ ହେଉନା କାହିଁକି, ତାହା ପ୍ରାଣରୁ ହିଁ ତିଆରି ହୋଇଛି । ପ୍ରାଣ ହିଁ ମନର ପ୍ରମୁଖ ସାଧନ ଅଟେ, ଯାହା ବିଚାର ବା ଚିନ୍ତାଧାରା ଅନୁରୂପ କାର୍ଯ୍ୟ କରାଇଥାଏ । 

ମନର ସ୍ୱାଭାବିକ ବୃତ୍ତି  : ମନ ନିଜ ପ୍ରକୃତି ଅନୁସାରେ ବ୍ରହ୍ମାଣ୍ଡୀୟ ଲୟ (cosmic rhythm) ସହିତ ନିରନ୍ତର ବଦଳୁଥାଏ । 

ସିଦ୍ଧି ବା ପରାସାମାନ୍ୟ ଶକ୍ତି : ଏହି ସିଦ୍ଧି ବା ପରାସାମାନ୍ୟ ଶକ୍ତିଗୁଡ଼ିକ (paranormal powers) ସାମୂହିକ ଅଚେତନ ବା ବ୍ରହ୍ମାଣ୍ଡୀୟ ମନର କ୍ଷେତ୍ରରେ ଘଟିଥାଏ । 

ପତଞ୍ଜଳି ଯୋଗସୂତ୍ରର ପରିଚୟ 

ପତଞ୍ଜଳି ଯୋଗସୂତ୍ରର ପରିଚୟ ଭିତରେ ଆମେ କିଛି କିଛି ବୁଝାଇବାକୁ ଚେଷ୍ଟା କରିଛୁ ଆପଣମାନେ ଏହାକୁ ପଢିଲେ ବହୁତ କିଛି ଜାଣି ପାରିବେ । ଧ୍ୟାନ କରନ୍ତୁ ଆଉ ଅନୁଭବ ଦ୍ବାରା ଏହାକୁ ଜାଣନ୍ତୁ । 

ଅଧିକ ଜାଣିବା ପାଇଁ visit କରନ୍ତୁ – https://hi.wikipedia.org/wiki/पतंजलि_योगसूत्र

Home

2 thoughts on “ପତଞ୍ଜଳି ଯୋଗସୂତ୍ରର ପରିଚୟ”

  1. Pingback: ପତଞ୍ଜଳି ୟୋଗସୂତ୍ର ସମାଧିପାଦ ସୂତ୍ର ୧ ରୁ ୧୦ - Artist Multipurpose

  2. Pingback: ପ୍ରଶ୍ନଉପନିଷଦର ଦୂତୀୟ ପ୍ରଶ୍ନ - Odia Life Lessons

Leave a Comment

Your email address will not be published. Required fields are marked *