ପତଞ୍ଜଳି ୟୋଗସୂତ୍ର ସମାଧିପାଦ ସୂତ୍ର ୧ ରୁ ୧୦

ପତଞ୍ଜଳି ଯୋଗସୂତ୍ରର ପରିଚୟ- ପତଞ୍ଜଳି ୟୋଗସୂତ୍ର ସମାଧିପାଦ ସୂତ୍ର ୧ ରୁ ୧୦ ପତଞ୍ଜଳି ଯୋଗସୁତ୍ରର ପରିଚୟ (2)

ପତଞ୍ଜଳି ୟୋଗସୂତ୍ର ସମାଧିପାଦ ସୂତ୍ର ୧ ରୁ ୧୦

ମହର୍ଷି ପତଞ୍ଜଳି ଯୋଗସୂତ୍ର

ପ୍ରଥମ ସୋପାନ – ସମାଧିପାଦ  ୫୧  ସୂତ୍ର

ସମାଧିପାଦର ସୂତ୍ର ଶ୍ଳୋକ  ୧ ରୁ ୧୦ ସଂସ୍କୃତରେ ‘ସୂତ୍ର’ର ଅର୍ଥ ହେଉଛି ‘ସୂତା ଗୋଟିଏ ସୂତାରେ ଯେମିତି  ଅନେକ ମାଳି ବନ୍ଧା ହୋଇ ଏକ ମାଳା ସୃଷ୍ଟ  ହୁଏ ଠିକ  ସେହିପରି ଏହି ସୂତ୍ରଗୁଡ଼ିକ ଯୋଗ ବିଜ୍ଞାନର ଗଭୀର ବିଚାରଗୁଡ଼ିକୁ ସଂକ୍ଷିପ୍ତ ଭାବରେ ଏକାଠି ବାନ୍ଧି ରଖିଅଛି

ସୂତ୍ର ୧ – ୟୋଗ ପରିଚୟ

ପ୍ରଥମ ସୂତ୍ର  ଶ୍ଳୋକ – ଅଥ ଯୋଗାନୁଶାସନମ୍ ।। 1 ।।

ଅଥ – ଏବେ

ୟୋଗୟୋଗ (ର  )

ଅନୁଶାସନ – ବର୍ତମାନ ୟୋଗର ସମ୍ପୂର୍ଣ ଶିକ୍ଷା ଆରମ୍ଭ କରାଯାଉଛି

ଅର୍ଥାତ : ଏବେ ୟୋଗ ସମ୍ବନ୍ଧରେ ସମ୍ପୂର୍ଣ ଶିକ୍ଷା ଦିଆଯାଉଅଛି

ଅଥ ୟୋଗ ଅନୁଶାସନମ୍ ହେଉଛି ମହର୍ଷି ପତଞ୍ଜଳିଙ୍କ ଯୋଗ ସୂତ୍ରର ସର୍ବପ୍ରଥମ ସୂତ୍ର ଏହି ଗୋଟିଏ ବାକ୍ୟ ମାଧ୍ୟମରେ ସମ୍ପୂର୍ଣ୍ଣ ଯୋଗ ଶିକ୍ଷାର ପରିଚୟ ଓ ଭିତ୍ତିଭୂମି ପ୍ରଦାନ କରାଯାଇଛି ଏହି ସୂତ୍ରକୁ ତିନୋଟି ଶବ୍ଦରେ ବିଭକ୍ତ କରାଯାଇଛି ଅଥ ୟୋଗ ଅନୁଶାସନମ୍

ଅଥଶବ୍ଦର ଅର୍ଥ ହେଉଛି ବର୍ତ୍ତମାନ  ବା ଏବେ କିନ୍ତୁ ମହର୍ଷି ପତଞ୍ଜଳିଙ୍କ ଯୋଗ ସୂତ୍ରରେ ଏହାର ଏକ ଗଭୀର ତାତ୍ପର୍ଯ୍ୟ ରହିଛି ଯେଉଁ ସାଧକମାନେ ନିଜର ପୂର୍ବ ପ୍ରସ୍ତୁତି ଭକ୍ତିଯୋଗ ବା କର୍ମଯୋଗ ମାଧ୍ୟମରେ ନିଜର ମନ ଓ ହୃଦୟକୁ ନିର୍ମଳ ଏବଂ ଏକାଗ୍ର କରିପାରିଛନ୍ତି କେବଳ ସେହିମାନଙ୍କ ପାଇଁ ବର୍ତ୍ତମାନ ଯୋଗର ପ୍ରକୃତ ଶିକ୍ଷା ଆରମ୍ଭ କରାଯାଉଛି ଯେଉଁମାନଙ୍କର ମନ ଚଞ୍ଚଳ ,  ମଳିନ  ବା ଅଶାନ୍ତ ସେମାନେ ଏହି ଅଭ୍ୟାସ କରି ପାରିବେ ନାହିଁ କି ଯେଉଁ ଶିକ୍ଷା  ଏହି ଶାସ୍ତ୍ରରେ ଦିଆଯାଉଛି  ସେମାନେ ତାହା  ଗ୍ରହଣ କରିବାକୁ ମଧ୍ୟ ଅସମର୍ଥ ହେବେ ଯେମିତି କଲେଜ ପଢିବାକୁ ହେଲେ ପ୍ରଥମେ ୧୦ମ ପାସ କରିବାକୁ ପଡେ ଠିକ ସେମିତି ଏହା  ଯୋଗର ଉଚ୍ଚତର ଶିକ୍ଷା  ଗ୍ରହଣ  କରିବା  ପାଇଁ  ସାଧକଙ୍କର  ଯୋଗ୍ୟତା  ଏବଂ  ପ୍ରସ୍ତୁତି  ଉପରେ  ଗୁରୁତ୍ବ ଦେଇ  କୁହାଯାଇଛି ଏଠାରେ  ଅଥ: ଶବ୍ଦ ପ୍ରୟାଗ କରିବାର ଲକ୍ଷ୍ୟ ନିଜକୁ କର୍ମଯୋଗ ଆଉ ଭକ୍ତିଯୋଗ ଓ ଅନ୍ୟ ପ୍ରାରମ୍ଭିକ ଅଭ୍ୟାସ କରି ନିଜକୁ ଯୋଗ୍ୟ ବନାଇବା ମାନେ ଯେବେ ସମସ୍ତ ପ୍ରକାର ବ୍ୟବହାରିକ ବା ସାଂସାରିକ ଉପାୟଠାରୁ ନିରାଶ ହୋଇଯାଇଥିବେ ଯେବେ ମନ ନିଜ ଭିତରର ସାମ୍ରାଜ୍ୟରେ ପ୍ରବେଶ କରିବାକୁ ବ୍ୟାକୁଳ ଥିବ , ଯେବେ ଆପଣଙ୍କ ଭିତରୁ ରାଗ , ଦ୍ଵେଷ , କାମ , କ୍ରୋଧ , ଲୋଭ , ମୋହ , ଆଦି ଦୁର୍ଗୁଣରୁ ମୁକ୍ତ ହେବାକୁ  ଇଛା  ଥିବ  ତେବେ ଯାଇ ୟୋଗର  ସମୟ ଆସେ ତେବେ ଯାଇ ଆପଣ ଜୀବନରେ  ଅନୁଶାସନ  ଆଣି ପାରିବେ ଅନୁଶାସନର ମୂଳ ଶବ୍ଦ ହେଲା ଶାସନ , ଶାସନ ମାନେ ବ୍ୟବସ୍ଥା କରିବା , ନିର୍ଦେଶ ଦେବା ,  ଅନୁ ହେଲା ଉପସର୍ଗ ଯାହା ତାର ପୂର୍ଣତାର ବୋଧ କରାଇଥାଏ ଈଶ୍ବର  ଅର୍ଥ  ଶାସକ,  ନିୟନ୍ତା, ନାୟକ, ଅର୍ଥାତ ଏଠାରେ  ଆମକୁ  ୟୋଗ ଅଭ୍ୟାସ  କରିବାକୁ  ନିର୍ଦେଶ ଦିଆଯାଇଛି ପ୍ରାଚୀନ କାଳରେ ଛାପାଖାନା (printing press)  ନଥିବାରୁ  ବିଦ୍ୟାର୍ଥୀମାନଙ୍କୁ ଶାସ୍ତ୍ର ମୁଖସ୍ତ କରି ରଖିବାକୁ ପଡ଼ୁଥିଲା ସେଥିପାଇଁ  ଏଥିରେ କୌଣସି  ଅନାବଶ୍ୟକ ଶବ୍ଦ ନାହିଁ ଏହା ଭିତରେ ଲୁଚି ରହିଥିବା  ଜ୍ଞାନକୁ ବାହାର  କରି ଭଲଭାବରେ ଅଧ୍ୟୟନ କରି ବୁଝିବାକୁ ପଡିବ ସୂତ୍ରଗୁଡ଼ିକରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦ ପଛରେ ଏକ ଗଭୀର ଚିନ୍ତାଧାରା ରହିଛି ଏବଂ ଯଦି ଏହାକୁ ସଠିକ୍ ଭାବରେ ନ ବୁଝାଯାଏ, ତେବେ ଯୋଗ ପରି ଏକ ପ୍ରାୟୋଗିକ କ୍ଷେତ୍ରରେ ବିପଦ ସୃଷ୍ଟି ହୋଇପାରେ ବୋଲି ସତର୍କ କରାଯାଇଛି  

 ସୂତ୍ର ୨ – ୟୋଗ କଣ ?

ପତଞ୍ଜଳି ଯୋଗ ସୂତ୍ରର ଦ୍ୱିତୀୟ ସୂତ୍ର ହେଉଛିଯୋଗଶ୍ଚିତ୍ତବୃତ୍ତିନିରୋଧଃ ।। 2 ।।

 ଚିତ୍ତ – ଚିତ୍ତ ଅର୍ଥାତ ଅନ୍ତଃ କରଣ(ର )

ବୃତ୍ତି  – ବୃତ୍ତିର

ନିରୋଧ – ନିରୋଧ ( ସାର୍ବଥା ଅଟକି ଯିବା )

ୟୋଗ – ୟୋଗ ଅଟେ

ଅର୍ଥାତ – ଚିତ ବୃତ୍ତିକୁ ନିରୋଧ କରିବା ହିଁ ୟୋଗ

ଏହାର ସରଳ ଅର୍ଥ ହେଉଛି –  ଯୋଗ ହେଉଛି ମନର ବୃତ୍ତି ବା ପରିବର୍ତ୍ତନ ଗୁଡ଼ିକର ନିରୋଧ ବା ଅବରୋଧ କରିବା ଏଥିରେ ୪ ଟି ଶବ୍ଦ ଅଛି – ୟୋଗ , ଚିତ ବୃତ୍ତି  ଆଉ ନିରୋଧ

ଯୋଗ (Yoga)

ଯୋଗ ଶବ୍ଦଟି ସଂସ୍କୃତର  ଯୁଜ୍ ଧାତୁରୁ ଆସିଛି  ଯାହାର ଅର୍ଥ ହେଉଛି ‘ଯୋଡିବା’ ବା ‘ମିଳନ’ ମଣିଷ ଆତ୍ମା ବା ଜୀବାତ୍ମା ଯେତେବେଳେ ନିଜର ମୂଳ ଉତ୍ସ ପରମାତ୍ମାଙ୍କ ଠାରୁ ଅଲଗା ହୋଇଯାଇଥିବା ଅନୁଭବ କରେ ସେତେବେଳେ  ସେ  ପୁନର୍ବାର ପରମାତ୍ମାଙ୍କ ସହିତ ତାର ଚେତନାଗତ ମିଳନ ବା ଏକୀକରଣ ଅବସ୍ଥାକୁ ହିଁ ଯୋଗ କୁହାଯାଏ

ଚିତ୍ତ (Citta)

ଏହି ଶବ୍ଦଟି ‘ଚିତ୍’ ବା ‘ଚିତ’ ରୁ ଉତ୍ପନ୍ନ ଯାହାର ଅର୍ଥ ହେଉଛି ଦେଖିବା ବା ଚେତନଶୀଳ ହେବାଏଥିରେ ମନର ତିନୋଟି ଅବସ୍ଥା ଅଛି – ଚେତନ (conscious), ଅବଚେତନ (subconscious) ଏବଂ ଅଚେତନ (unconscious) , ଏହା ଆମର ସାମଗ୍ରିକ ବ୍ୟକ୍ତିଗତ ଚେତନା ବା ମନକୁ ଦର୍ଶାଇ ଥାଏ ମନର ଅନ୍ତଃକରଣ , ମାନେ  ସରଳ ଭାଷାରେ କହିବାକୁ ଗଲେ ଯେଉଁଠି ଆମର ବିଚାର ଜନ୍ମ ହୁଏ , ତିଆରି ହୁଏ ,ଏହା  ସଂସ୍କାର ରୂପରେ ଜମା ହୋଇ ରହିଥାଏ  ଆଉ  ଚିତ୍ତ କୁ ୫ ଭାଗରେ ବିଭକ୍ତ କରା ଯାଇଛି – କ୍ଷିପ୍ତ , ବିକ୍ଷିପ୍ତ , ମୂଢ , ଏକାଗ୍ର ଆଉ ନିରୁଦ୍ଧ  ବ୍ୟକ୍ତିଗତ ମନ ଏହା ଏକ ଅଦୃଶ୍ୟ ପରଦା ସଦୃଶ କାମ କରେ  ଯାହା  ମାଧ୍ୟମରେ  ଚେତନାର  ଆଲୋକ (Light of consciousness) ଏହି ବିଶ୍ୱରେ ପ୍ରତିଫଳିତ ହୋଇଥାଏଏହାକୁ ମନର ସାର୍ବଜନୀନ ମାଧ୍ୟମ ବୋଲି କୁହାଯାଇପାରେ

ବୃତ୍ତି (Vrtti)

ଏହାର ଅର୍ଥ ହେଉଛି ମନର ମାନସିକ ପରିବର୍ତ୍ତନ ବା ରୂପାନ୍ତରଣ (modifications of the mind)ଆମ ମନରେ ପ୍ରତି ମୁହୂର୍ତ୍ତରେ ଉଠୁଥିବା ବିଭିନ୍ନ ଚିନ୍ତାଧାରା ଓ ଅନୁଭୂତି ଏହା ବୃତ୍ତିକୁ ସୂଚାଇଥାଏ ବୃତ୍ତି  ବିଷୟରେ ପରବର୍ତୀ ସୂତ୍ରରେ କୁହାଯାଇଛି ଏବେ କେବଳ ଏତିକି ଜାଣନ୍ତୁ କି ଆମ ଭିତରେ ଉଠୁଥିବା ବିଚାର ରୂପୀ ତରଙ୍ଗ ବା ମନର କାର୍ଯ୍ୟକଳାପ ଯାହାକୁ ୫ ଭାଗରେ ବିଭକ୍ତ କରାଯାଉଛି ତାହାକୁ ବୃତ୍ତି କୁହନ୍ତି

ନିରୋଧ (Nirodha)

ନିରୋଧ ଶବ୍ଦର ଅର୍ଥ ହେଉଛି ସଂଯମ (restraint), ନିୟନ୍ତ୍ରଣ (control) ଏବଂ ଶେଷରେ ସମ୍ପୂର୍ଣ୍ଣ ଦମନ ବା ଅବରୋଧ (inhibition) କରିବା ଯଦି ଆପଣ ଏମିତି ବୁଝିବେ କି ଚିତ୍ତ ବୃତ୍ତିକୁ ଅଟକାଇଦେବା  କି ଦମନ କରିଦେବା ହିଁ ୟୋଗ ଯଦି ଅଟକାଇବାକୁ ଏବେବି ଚେଷ୍ଠା କରୁଛନ୍ତି ତା ମାନେ ୟୋଗ  ଏ ପର୍ଯ୍ୟନ୍ତ ସମ୍ପୂର୍ଣରୂପେ ହୋଇନାହିଁ ଏହା ଏକ ଏମିତି   ସ୍ତିତି ଯେଉଁଠି ବୃତ୍ତି ସବୁ ନିଜେ ନିଜେ ଅଟକିଯାଏ ତେବେ ଯାଇ ୟୋଗ ଘଟିଥାଏ ଯେ ପର୍ଯ୍ୟନ୍ତ  ଚେଷ୍ଟା  ସରଳ ସହଜ ହୋଇନାହିଁ ସେ ପର୍ଯ୍ୟନ୍ତ ଆପଣ ୟୋଗ ବିଷୟରେ ପ୍ରବେଶ କରି ପାରିବେନାହିଁ  ଯୋଗର ପ୍ରାଥମିକ ସ୍ତରରେ ମନକୁ ସଂଯମ  କରାଯାଏ , ଉନ୍ନତ ସ୍ତରରେ ନିୟନ୍ତ୍ରଣ କରାଯାଏ ଏବଂ ଅନ୍ତିମ ପର୍ଯ୍ୟାୟରେ ଏହି ବୃତ୍ତିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ସ୍ଵମ  ଦମନ ହୋଇଯାଏ ଯୋଗାଭ୍ୟାସର ପ୍ରାଥମିକ ଅବସ୍ଥା (କ୍ରିୟା ଯୋଗ) ଠାରୁ ଆରମ୍ଭ କରି ଧାରଣା ଓ ଧ୍ୟାନ ମାଧ୍ୟମରେ ମନକୁ ନିୟନ୍ତ୍ରଣ କରିବା ସବୀଜ ସମାଧି ଦେଇ ଶେଷରେ ନିର୍ବୀଜ ସମାଧିରେ ମନର ସବୁ ବୃତ୍ତିକୁ ସମ୍ପୂର୍ଣ୍ଣ ଶାନ୍ତ କରିବା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟ ଏହି “ଯୋଗଶ୍ଚିତ୍ତବୃତ୍ତିନିରୋଧଃ” ର ପରିସରଭୁକ୍ତ ଯେତେବେଳେ ସବୁ ବୃତ୍ତିର ନିରୋଧ ହୋଇଯାଏ  ସେତେବେଳେ ଯୋଗୀ ପ୍ରକୃତିର ଜଗତକୁ ଅତିକ୍ରମ କରି ନିଜର ଶାଶ୍ୱତ ଓ ବାସ୍ତବ ସ୍ୱରୂପରେ ଅବସ୍ଥାନ କରେ  

ସୂତ୍ର ୩- ଯୋଗର ପରାକାଷ୍ଠା

ପତଞ୍ଜଳି ଯୋଗ ସୂତ୍ରର ତୃତୀୟ ସୂତ୍ରତଦା ଦ୍ରଷ୍ଟୁଃ ସ୍ୱରୂପେଽବସ୍ଥାନମ୍ ।। ।।

ତଦା – ସେହି ସମୟ ( ନିରୋଧର ଅବସ୍ତାରେ )

ଦ୍ରଷ୍ଟୁ  – ଦ୍ରଷ୍ଟା ରେ ( ଦେଖିବା ବାଲା  , ଆତ୍ମା )

ସ୍ଵରୂପେ – ନିଜ ବାସ୍ତବିକ ସ୍ବରୂପରେ

ଅବସ୍ଥାନମ – ସ୍ତିତ ହୋଇଯିବା , ସ୍ଥାପିତ ହେବା

ଅର୍ଥାତ – ତେବେ ଦ୍ରଷ୍ଟା (Seer) ନିଜର ମୂଳ ସ୍ୱରୂପ ବା ପ୍ରକୃତିରେ ଅବସ୍ଥାପିତ ହୁଏ ଯେବେ ମନର ଚଞ୍ଚଳ ବୃତ୍ତି ଶାନ୍ତ  ହୋଇଯାଆନ୍ତି , ତେବେ ସାଧକ  ନିଜ ବାସ୍ତବିକ ସ୍ଵରୂପରେ  ସ୍ଥିତ ହୋଇ ଯାଆନ୍ତି   ଅର୍ଥାତ , ଯେବେ ବିଚାର , ଇଛା , ଭୟ , ସ୍ମୃତି ଆଉ ମାନସିକ ଆଶାନ୍ତିର ପ୍ରଭାବ ସମାପ୍ତ ହେବାର ଲାଗେ ତେବେ ବ୍ୟକ୍ତି ନିଜ ଭିତରେ ଶୁଦ୍ଧ ସାକ୍ଷୀଭାବ ଅନୁଭବ କରେ ତାହା ହିଁ ଯୋଗର ବାସ୍ତବିକ ଅବସ୍ତା

ଆତ୍ମ ଉପଲବ୍ଧି (Self-realization) ଯେତେବେଳେ ସମସ୍ତ ସ୍ତରରେ ମନର ବୃତ୍ତି ବା ପରିବର୍ତ୍ତନ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଅବରୋଧ ବା ନିରୋଧ ହୋଇଯାଏ  ସେତେବେଳେ ଦ୍ରଷ୍ଟା (ପୁରୁଷ) ନିଜର ପ୍ରକୃତ ସ୍ୱରୂପରେ ପ୍ରତିଷ୍ଠିତ ହୁଏ ଆତ୍ମା ମାନେ ପୁରୁଷକୁ ଦ୍ରଷ୍ଟା  କୁହାଯାଏ ଦ୍ରଷ୍ଟା ମାନେ ଯିଏ ଜଗତର ସମସ୍ତ ଛଳନାକୁ କେବଳ ଦେଖିଥାଏ ସେ ସେମାନଙ୍କ ସହିତ ସମ୍ବୋଧିତ ହୁଏ  ନାହିଁ , ପୁରୁଷ ମଧ୍ୟ ପ୍ରକୃତିକୁ ନିଜଠାରୁ ଅଲଗା ଦେଖିଥାଏ, ଆଉ ସେ ସର୍ବଥା ନିଜକୁ ଅଲଗା ମାନି ହିଁ ନିଜ ସ୍ଵରୂପକୁ ଫେରି ପାରିବ ,ଯଦି ପୁରୁଷକୁ ନିଜ ଶୁଦ୍ଧତମ ରୂପରେ ଦେଖିବାର ଅଛି , ଜାଣିବାର ଅଛି ତ ସବୁଠାରୁ ଅଲଗା ଅନୁଭବ କରିବାକୁ ହିଁ ପଡିବ , ଯେମିତି ଆମେ ଦ୍ରଷ୍ଟା ହୋଇଯିବା ସେମିତି ଦୃଶ୍ୟ ଆମଠାରୁ  ଅଲଗା ହୋଇଯାଏ  ଆମେ ଆମ ବିବେକର ପ୍ରୟୋଗ କରି ନିଜ ବାସ୍ତବିକ ସ୍ଵରୂପରେ ସ୍ତିତ ହେବାର  ଅଭ୍ୟାସ କରିପାରିବା ସେତେବେଳେ ଯାଇ  ଯୋଗୀଙ୍କୁ ପ୍ରକୃତ ଆତ୍ମ ଉପଲବ୍ଧି ପ୍ରାପ୍ତ ହୋଇଥାଏ   ଯେପର୍ଯ୍ୟନ୍ତ ଆମେ ମନର ବୃତ୍ତିଗୁଡ଼ିକର ଖେଳ (play of Citta-Vrttis) ଭିତରେ ଜଡ଼ିତ ହୋଇ ଅଛୁ ସେପର୍ଯ୍ୟନ୍ତ ଏହି ଆତ୍ମ ଉପଲବ୍ଧିର ଅବସ୍ଥା କ’ଣ ତାହା ଆମେ ପ୍ରକୃତରେ ଜାଣିପାରିବା ନାହିଁ  ଏହାକୁ ବାହାରୁ ବୌଦ୍ଧିକ ସ୍ତରରେ ବୁଝିହେବ ନାହିଁ କେବଳ ନିଜ ଭିତରୁ ହିଁ ଏହାକୁ ଅନୁଭବ ବା ଉପଲବ୍ଧି କରାଯାଇପାରିବ   ଏହି ଜଗତରେ ୩ଟି ସତ୍ତା ଅଛି , ଜୀବାତ୍ମା , ପ୍ରକୃତି , ପରମାତ୍ମା ,ଏହି 3 ସତ୍ତାଙ୍କର ନିଜର ଏକ ସ୍ବରୂପ ଅଛି ଯାହାକୁ ନ ଜାଣିଲେ ଜୀବନରେ ସାର୍ଥକତା ଆସିବ ନାହିଁ ସମାଧି ଅବସ୍ଥାରେ ଉଚ୍ଚତର ଚେତନା ଜାଗ୍ରତ ହୁଏ ଯାହାକୁ ଋତମ୍ଭରା ପ୍ରଜ୍ଞା କୁହାଯାଏ ଯାହା ମାଧ୍ୟମରେ ଯୋଗୀ ‘ଦୃଶ୍ୟ’ (Seen) ବା ପ୍ରକୃତିର ସମସ୍ତ ବାସ୍ତବତାକୁ ଜାଣିପାରନ୍ତି  କେବଳ ନିଜକୁ ଅର୍ଥାତ୍ ‘ଦ୍ରଷ୍ଟା’ଙ୍କୁ ଜାଣିବା ପାଇଁ  ସାଧକଙ୍କୁ ନିର୍ବୀଜ ସମାଧିର ଅଭ୍ୟାସ କରିବାକୁ ପଡ଼ିଥାଏ  କାରଣ ତାହାଦ୍ୱାରା ହିଁ ସେ ନିଜର ମୂଳ ସ୍ୱରୂପକୁ ଫେରିପାରିବେ

ସୂତ୍ର ୪ – ନହେଲେ ପୁରୁଷର ଅବସ୍ଥା କଣ ହୋଇଥାଏ ?

ପତଞ୍ଜଳି ଯୋଗ ସୂତ୍ରର ସମାଧି ପାଦର ଚତୁର୍ଥ ସୂତ୍ରବୃତ୍ତି ସାରୂପ୍ୟମିତରତ୍ର ।। ।।

ବୃତ୍ତି – ବୃତ୍ତିର

ସାରୂପ୍ୟମ – ସଦୃଶ୍ୟ ସ୍ବରୂପରେ (ରହିଥାଏ )

ଇତିରତ୍ର – ଅଲଗା ସମୟରେ ଅର୍ଥାତ ବୃତ୍ତି ନିରୋଧର ଭିର୍ନ ଅବସ୍ଥାରେ (ଦ୍ରଷ୍ଟାର)

ଅର୍ଥାତ୍ ଯେତେବେଳେ ମନ ନିରୋଧ ବା ନିୟନ୍ତ୍ରଣ ଅବସ୍ଥାରେ ନଥାଏ ତ  ଦ୍ରଷ୍ଟା  ମନର ବୃତ୍ତିଗୁଡ଼ିକ ସହିତ  ଏକାକାର ବା  ଏକୀଭୂତ ହୋଇଯାଆନ୍ତି ପୂର୍ବ ସୂତ୍ରରେ ଥିଲା  ଯେ ମନ ସ୍ଥିର ହେଲେ ଦ୍ରଷ୍ଟା  ନିଜର ପ୍ରକୃତ ସ୍ୱରୂପରେ ଅବସ୍ଥାନ କରନ୍ତି ଏହି ଚତୁର୍ଥ ସୂତ୍ରଟି ତାର ପରବର୍ତ୍ତୀ ପ୍ରଶ୍ନର ଉତ୍ତର  ଦିଏ ଯଦି ଦ୍ରଷ୍ଟା  ନିଜ ସ୍ୱରୂପରେ ପ୍ରତିଷ୍ଠିତ ନଥାନ୍ତି  ତେବେ ପୁରୁଷ ବା ଦ୍ରଷ୍ଟାଙ୍କର କ’ଣ ହୁଏ ?

ଯେତେବେଳେ  ଚିତ୍ତବୃତ୍ତିଗୁଡ଼ିକ  ନିରୋଧ (ନିୟନ୍ତ୍ରଣ ) ଅବସ୍ଥାରେ ନଥାନ୍ତି  ଏବଂ ଦ୍ରଷ୍ଟା  ନିଜର ମୂଳ ସ୍ୱରୂପରେ ପ୍ରତିଷ୍ଠିତ  ନଥାନ୍ତି  ସେତେବେଳେ  ସେହି ମୁହୂର୍ତ୍ତରେ ମନରେ ଉଠୁଥିବା  ଯେକୌଣସି ବୃତ୍ତି  (ଚିନ୍ତା ବା ଭାବନା) ସହିତ ସେ ନିଜକୁ ଏକ କରିଦିଅନ୍ତି ଯେତେବେଳେ ଆମେ ସିନେମା ଦେଖୁ  ବା ନାଟକ ଦେଖୁ ସେଥିରେ ଦେଖୁଥିବା ଘଟଣା ଆଉ ଚରିତ୍ର ଆଊ ଦୃଶ୍ୟ ସହିତ ନିଜକୁ  ଏତେ  ଯୋଡି ଦେଉ ଯେ ସେମାନଙ୍କ ସୁଖ ଦୁଖ ଭୟ ଆଦିକୁ ନିଜ ଭିତରେ ଅନୁଭବ କରୁ , କଳାକାରମାନେ ତ କେବଳ ଅଭିନୟ କରନ୍ତି , ତଥାପି ଆମେ ଭୁଲିଯାଉ ଯେ ଆମେ କେବଳ ଦର୍ଶକ ଆମେ ନିଜର ପ୍ରକୃତ ପରିଚୟ ଭୁଲିଯାଇ ଆମ ମନରେ ଉଠୁଥିବା ଦୁଃଖ ସୁଖ କ୍ରୋଧ ବା ଅନ୍ୟାନ୍ୟ ଭାବନାଗୁଡ଼ିକୁ ହିଁ  ନିଜେ  ବୋଲି ଭାବିନେଉ   ଯେମିତି ଗୋଟିଏ ପାଣି ଟାଙ୍କି ଭିତରେ ପାଣି  ଅଶାନ୍ତ ଥାଏ ତେବେ ସେଠାରେ  ଚନ୍ଦ୍ରମାର ପ୍ରତିଛବି ସ୍ପଷ୍ଟ ଦେଖାଯାଏ ନାହିଁ , ସେଥିରେ  ଉଠୁଥିବା  ଢେଉ  ସହିତ ଚନ୍ଦ୍ରମାର ଆଲୋକ  ସେହି ପାଣିର ଢେଉ ସହିତ ମିଶିଯାଇ ଆଉ ବିକୃତ ଦେଖାଯାଏ କିନ୍ତୁ ଯଦି ପାଣି  ଶାନ୍ତ ଥିବ ସମ୍ପୂର୍ଣ ପାଣି ସ୍ଥିର ଥିବ ସେତେବେଳେ  ଚନ୍ଦ୍ରମା ତାର ନିଜସ୍ବ ସ୍ପଷ୍ଟ ରୂପରେ ଦେଖାଯାଏ ଏଥିରେ ଆମ ଚେତନା  ହେଲା  ଆଲୋକ ପରି  ଆଉ ମନ ହେଲା  ପାଣି  ମନରେ ଉଠୁଥିବା ବୃତ୍ତିଗୁଡ଼ିକ ପାଣିର ଢେଉ ପରି  ଯେପର୍ଯ୍ୟନ୍ତ ଏହି ବୃତ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଶାନ୍ତ ନ ହୋଇଛି  ସେପର୍ଯ୍ୟନ୍ତ ପୁରୁଷ ବା ଆତ୍ମାର ଚେତନା  ମନର ପରିବର୍ତ୍ତନ ଗୁଡ଼ିକ ସହିତ ମିଶି ଏକାକାର ହୋଇ ରହିଥାନ୍ତି  ଜୀବାତ୍ମା ବାହାରର ଅନୁଭବ ବାହ୍ୟ ଇନ୍ଦ୍ରିୟ ଦ୍ବାରା କରିଥାଏ ସେଥିପାଇଁ  ସେ ବୃତ୍ତି ଉପରେ ସାରୂପ୍ୟ ହୋଇ ବୃତ୍ତି  ସ୍ବରୂପ ହୋଇ ବାହ୍ୟ ଅନୁଭବ କରିଥାଏ ଆଉ ବର୍ହିଗାମୀ ହୁଏ ଆମର ପ୍ରକୃତ ସ୍ବରୂପ (ଆତ୍ମା ) ନିଜକୁ ମନର ବିଚାର  ସହିତ ସତ ମାନି ଭ୍ରମିତ କରିଥାଏ ଏହି ମିଥ୍ୟା ପରିଚୟରୁ ମୁକୁଳିବା ପରିବର୍ତେ ନିଜକୁ ସେଥିରେ ଲିପ୍ତ କରିଦିଏ  ୟୋଗ ଅଭ୍ୟାସ ଦ୍ୱାରା ଯେତେବେଳେ ମନ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଏ ସେତେବେଳେ ଯାଇ ମଣିଷକୁ ପ୍ରକୃତ ଜ୍ଞାନ (Enlightenment) ଏବଂ ମୁକ୍ତି (Liberation) ମିଳିଥାଏ ଯୋଗ ନହେବା ପର୍ଯ୍ୟନ୍ତ  ମଣିଷ ନିଜ ମନର ବିଭିନ୍ନ ଚିନ୍ତା ଏବଂ ଆବେଗଗୁଡ଼ିକ ସହିତ ନିଜକୁ ଯୋଡ଼ି ଦେଇଥାଏ ଯାହାକି ତାର ସମସ୍ତ ଦୁଃଖ ଓ ଅଶାନ୍ତିର କାରଣ ହୋଇଥାଏ

ସୂତ୍ର ୫ – ବୃତ୍ତିର ମୁଖ୍ୟ ବର୍ଗୀକରଣ

ପତଞ୍ଜଳି ଯୋଗ ସୂତ୍ରର ସମାଧି ପାଦର ପଞ୍ଚମ ସୂତ୍ରବୃତ୍ତୟଃ ପଞ୍ଚତୟ୍ୟଃ କ୍ଲିଷ୍ଟାକ୍ଲିଷ୍ଟାଃ ।।।।

ବୃତ୍ତୟ – ମନର ବୃତ୍ତି ବା ବିଚାର ,  ମାନସିକ ତରଙ୍ଗ

ପଞ୍ଚତୟ – ପାଞ୍ଚ ପ୍ରକାରର

କ୍ଳିଷ୍ଟା – କ୍ଲେଶଯୁକ୍ତ  , ଦୁଃଖଦାୟକ

ଅକ୍ଲିଷ୍ଟା – କ୍ଳେଶରହିତ , ସୁଖଦାୟକ , ଶାନ୍ତିଦାଯକ   

ଅର୍ଥାତ – ମନର ବୃତ୍ତି ୫ ପ୍ରକାରର ହୋଇଥାଏ , ଏଥିରେ କିଛି ବୃତ୍ତି ଦୁଃଖ , ଭ୍ରମ ,ଚିନ୍ତା ଅଶାନ୍ତି ଉତ୍ପନ୍ନ କରିଥାଏ , ଆଉ କିଛି ବୃତ୍ତି ଜ୍ଞାନ , ଶାନ୍ତି ଆଉ ସଚେତନତା ଆଡକୁ ନେଇଯାଏ

ଆମର ଅନୁଭବ , ବ୍ୟବହାର ଆଉ ଜୀବନର ଦିଶା ଏହି ମାନସିକ ବୃତ୍ତିଗୁଡିକ ସହିତ ପ୍ରଭାବିତ ହୁଏ ଯଦି ମନ ନକରାତ୍ମକ ବୃତ୍ତି ଭିତରେ  ଫସିଯାଏ ତ ବ୍ୟକ୍ତି ଚିନ୍ତା  ଆଉ ଦୁଃଖ ଅନୁଭବ କରିଥାଏ କିନ୍ତୁ ଯେବେ ମନ ଶୁଦ୍ଧ ଆଉ ସଚେତନ  ବୃତ୍ତିରେ ସ୍ତିତ ହୋଇଥାଏ , ତେବେ ଭିତରେ ସନ୍ତୁଳନ ଆଉ ଶାନ୍ତି ଉତ୍ପନ ହୁଏ   

ମନର ବୃତ୍ତି ବା ପରିବର୍ତ୍ତନଗୁଡ଼ିକ ପାଞ୍ଚ  ପ୍ରକାରର ହୋଇଥାଏ ଏବଂ ସେଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଦୁଇ ପ୍ରକାରର –  କ୍ଳିଷ୍ଟ (ଦୁଃଖଦାୟକ) କିମ୍ବା ଅକ୍ଲିଷ୍ଟ (ଅଦୁଃଖଦାୟକ) ହୋଇଥାଆନ୍ତି ମହର୍ଷି ପତଞ୍ଜଳି ମନର ବୃତ୍ତିଗୁଡ଼ିକୁ ଦୁଇଟି ଦୃଷ୍ଟିକୋଣରୁ ଶ୍ରେଣୀଭୁକ୍ତ କରିଛନ୍ତି ଗୋଟିଏ ହେଲା ଆମ ଭାବନା ଉପରେ ସେଗୁଡ଼ିକର ପ୍ରଭାବ (କ୍ଳିଷ୍ଟ ଓ ଅକ୍ଲିଷ୍ଟ) ଏବଂ ଅନ୍ୟଟି ହେଲା ସେଥିରୁ ଉତ୍ପନ୍ନ ହେଉଥିବା ଜ୍ଞାନର ପ୍ରକୃତି (ପଞ୍ଚତୟ ବା ପାଞ୍ଚ ପ୍ରକାରର)

କ୍ଳିଷ୍ଟ (klista )

କ୍ଳିଷ୍ଟର ସାଧାରଣ ଅର୍ଥ ହେଉଛି ଦୁଃଖଦାୟକ ବା କଷ୍ଟଦାୟକ କିନ୍ତୁ ଯୋଗ ଦର୍ଶନରେ ଏହାର ଏକ ଅର୍ଥ ହେଲା – ଆମ ମନରେ ଉଠୁଥିବା ଯେଉଁ ବୃତ୍ତିଗୁଡ଼ିକ ଆମକୁ ଦୁଃଖ ଦିଅନ୍ତି (ଯେପରିକି ଏକ ଭୟାନକ ଦୃଶ୍ୟ ଦେଖିବା କିମ୍ବା ଯନ୍ତ୍ରଣାଦାୟକ କଥା ଶୁଣିବା) ସେଗୁଡ଼ିକ ତ  କ୍ଳିଷ୍ଟ ଅଟନ୍ତି ଯେମିତି ରାସ୍ତାରେ ଯିବାବେଳେ କୋଣସି ଗାଡି ଦ୍ବାରା ଧକ୍କା ହୋଇ ଗୋଟିଏ କୁକୁର ମାରିଯାଇଥିବାର ଦେଖନ୍ତି ତାହା ଟିକିଏ ଦୁଖ ଦିଏ ବା ଟିକିଏ କଷ୍ଟ ଲାଗେ ଏହାକୁ କ୍ଲିଷ୍ଟ ବା ଦୁଃଖଦାୟକ ଅନୁଭବ କୁହାଯାଏ କିନ୍ତୁ ସାଧାରଣ ମଣିଷକୁ ସୁଖ ଦେଉଥିବା  ଅନୁଭୂତିଗୁଡ଼ିକ (ଯେପରିକି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ବା ସୁନ୍ଦର ଦୃଶ୍ୟ ଦେଖିବା)  ମଧ୍ୟ ପ୍ରକୃତରେ କ୍ଳିଷ୍ଟ ଅଟେ କାରଣ ଯେଉଁ ବ୍ୟକ୍ତିମାନଙ୍କର ବିବେକ (discrimination) ଜାଗ୍ରତ ହୋଇଛି, ସେମାନେ ଅନୁଭବ କରନ୍ତି ଯେ ଏହି ସମସ୍ତ  ସାଂସାରିକ  ସୁଖ ଏବଂ ଦୁଃଖ ମୂଳତଃ ଦୁଃଖଦାୟକ ଅଟେ ଏଣୁ ଆମର ଅଜ୍ଞାନତା ହିଁ ଆମକୁ ସେହି ସାଂସାରିକ ଅନୁଭୂତି ଗୁଡ଼ିକରେ ସୁଖ ଖୋଜିବାକୁ ବାଧ୍ୟ କରେ ଯାହାକି ଭବିଷ୍ୟତରେ ଦୁଃଖର ସମ୍ଭାବନା ସୃଷ୍ଟି କରେ  ଆଉ  ଆମକୁ ବାନ୍ଧି ରଖେ

ଅକ୍ଲିଷ୍ଟ (Aklista )

ଅକ୍ଲିଷ୍ଟ ଅର୍ଥାତ୍ ଯାହା କଷ୍ଟଦାୟକ ନୁହେଁ ବା ଯାହା କ୍ଳେଶ ସୃଷ୍ଟି କରେ ନାହିଁ ଯେଉଁ ଅନୁଭୂତିଗୁଡ଼ିକ ଉଦାସୀନ (neutral) ପ୍ରକୃତିର ହୋଇଥାଏ ଏବଂ ଆମ ଭାବନା ଉପରେ କୌଣସି ଦୁଃଖଦ ପ୍ରଭାବ ପକାଏ ନାହିଁ ସେଗୁଡ଼ିକୁ ଅକ୍ଲିଷ୍ଟ ଯେତେବେଳେ ଗୋଟିଏ ସୁନ୍ଦର ଫୁଲକୁ ଦେଖନ୍ତି ତାହାର ଆକୃତି ବା ସୌନ୍ଦ୍ରଯ୍ଯ  ଦେଖି ଗ୍ରହଣ କରନ୍ତି ତାହା ଆନନ୍ଦଦାୟକ ଭାବନା ସୃଷ୍ଟି କରେ ଏହାକୁ ଅକ୍ଲିଷ୍ଟ ବା ସୁଖଦାୟକ ଅନୁଭବ  ବୋଲି ମହର୍ଷି ପତଞ୍ଜଳି କହୁଛନ୍ତି ଆମେ ନିଜ ଆଖିରେ ଯାହା ଦେଖୁ କିମ୍ବା ଇନ୍ଦ୍ରିୟ ମାଧ୍ୟମରେ ଯେଉଁ ବସ୍ତୁଗୁଡ଼ିକୁ ଗ୍ରହଣ କରୁ , ସେଥିରୁ ଦୁଇ ପ୍ରକାରର ସୁଖଦାୟକ ଏବଂ ଦୁଃଖଦାୟକ ବୃତ୍ତି ହିଁ ସୃଷ୍ଟି ହୋଇଥାଏ ସେହିପରି ଅତୀତ, ବର୍ତ୍ତମାନ କିମ୍ବା ଭବିଷ୍ୟତ ବିଷୟରେ ଚିନ୍ତା କଲେ  କିମ୍ବା ନିଜ ବନ୍ଧୁ ବା ଶତ୍ରୁଙ୍କ ବିଷୟରେ ଭାବିଲେ ଆମ ମନରେ ଈର୍ଷା, ଶୋକ, କ୍ରୋଧ, କରୁଣା କିମ୍ବା ପ୍ରେମ ଆଦି ଯେଉଁସବୁ ଭାବନା ସୃଷ୍ଟି ହୁଏ ତାହା ମଧ୍ୟ ଏହି କ୍ଲିଷ୍ଟ ଏବଂ ଅକ୍ଲିଷ୍ଟ ବୃତ୍ତିର ହିଁ ରୂପ ଅଟେ ଯେଉଁ ବୃତ୍ତିଗୁଡ଼ିକ ଆମ ଭାବନାକୁ ପ୍ରଭାବିତ କରି ମନରେ ଆକର୍ଷଣ ବା ବିକର୍ଷଣ ସୃଷ୍ଟି କରନ୍ତି  ସେଗୁଡ଼ିକ ହେଉଛି କ୍ଳିଷ୍ଟ (ଦୁଃଖଦାୟକ) ଏବଂ ଯେଉଁ ବୃତ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଉଦାସୀନ ରହି ଆମ ଭାବନା ଉପରେ କୌଣସି ପ୍ରଭାବ ପକାନ୍ତି ନାହିଁ  ସେଗୁଡ଼ିକ ହେଉଛି ଅକ୍ଲିଷ୍ଟ (ଅଦୁଃଖଦାୟକ) ତେଣୁ କ୍ଳିଷ୍ଟ ଅକ୍ଲିଷ୍ଟ ଅନୁଭବରେ ସମଭାବ ରଖିବା ଜରୁରୀ  

ମହର୍ଷି ବ୍ୟାସଦେବଙ୍କ ଯୋଗସୂତ୍ରରେ ୫ ଟି କ୍ଲେଶ  ବିଷୟରେ କହିଛନ୍ତି ସେଗୁଡିକ ହେଲା – ଅବିଦ୍ୟା , ଅସ୍ମିତା , ରାଗ , ଦ୍ୱେଶ ଆଉ ଅଭିନିବେଶ

ଅବିଦ୍ୟା – ମାନେ ସତ୍ୟକୁ ଭୁଲ ଦେଖିବା , ଅନିତ୍ୟକୁ ନିତ୍ୟ ଭାବିବା , ଦୁଖକୁ ସୁଖ ଭାବିବା , ଅଶୁଚିକୁ ଶୁଚି ଭାବିବା ,ଅନାତ୍ମା କୁ ଆତ୍ମା ଭାବିବା ଏହାକୁ ହିଁ ଅବିଦ୍ୟା କୁହାଯାଏ

ଅସ୍ମିତାମୁଁ ଭାବର ଭ୍ରମ , ମୁଁ ଶରୀର , ମୁଁ ବୁଦ୍ଧିମାନ , ମୁଁ ହିଁ ଶ୍ରେଷ୍ଠ  ଏହି ଅହଂକାରରୁ ଦ୍ଵନ୍ଦ ଆଉ ମନୋବିକାର ଜନ୍ମ ନିଏ ସେଥିପାଇଁ ଯୋଗୀ ମୁଁ କର୍ତା ନୁହେଁ ବୋଲି କୁହନ୍ତି ତେଣୁ ଆତ୍ମା ଆଉ ବୁଦ୍ଧିକୁ ଏକ ମାନିବା ହେଲା ଅସ୍ମିତା

ରାଗ – କୋଣସି ବସ୍ତୁ , ଲୋକ ,ସୁଖ କିମ୍ବା ଅନୁଭୂତି ପ୍ରତି ଅତ୍ୟଧିକ ଆସକ୍ତ ହେବା ଅର୍ଥାତ ଯେଉଁଠି ଆସକ୍ତି ଅଛି ସେଇଠି ଭୟ ମଧ୍ୟ ଅଛି  

ଦ୍ୱେଶ – ଯାହା ଆମକୁ ଖରାପ ଲାଗେ ତାହାକୁ ଦୂରେ ଠେଲିବାକୁ ଚାହିଁବା  ହେଲା ଦ୍ୱେଶ ଶତୃପ୍ରତି ଘୃଣା , ଅସୁବିଧାରୁ ପଳାୟନ କରିବା ଅର୍ଥାତ ଭଲ ଲାଗିଲେ ରାଗ , ଖରାପ ଲାଗିଲେ ଦ୍ୱେଶ

ଅଭିନିବେଶଏହା ସବୁଠାରୁ ସୂକ୍ଷ୍ମ କ୍ଲେଶ , ମୃତୁର ଭୟ , ଶରୀରକୁ ଛାଡିବାର ଭୟ,  ସବୁବେଳେ ସୁରକ୍ଷା ଖୋଜିବା ଏହା ଜ୍ଞାନୀ ଲୋକଙ୍କଠାରେ ମଧ୍ୟ ଥାଏ ଯେତେବେଳେ ଆତ୍ମାର ଅମର ସ୍ବରୂପର ଅନୁଭବ ହୁଏ ତେବେ ଯାଇ ଅଭିନିବେଶ ନାଶ ହୁଏ

ପଞ୍ଚତୟ

ଏହାର ଅର୍ଥ ପାଞ୍ଚ ପ୍ରକାରର ମନର ଅସଂଖ୍ୟ ବୃତ୍ତି ବା ଚିନ୍ତାଧାରାଗୁଡ଼ିକୁ ଯେତେବେଳେ  ସେଗୁଡ଼ିକର ପ୍ରକୃତି ଅନୁଯାୟୀ ବିଶ୍ଳେଷଣ କରାଯାଏ,  ସେତେବେଳେ ସେଗୁଡ଼ିକୁ ମୁଖ୍ୟତଃ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଛି ପ୍ରମାଣ (Right knowledge) , ବିପର୍ଯ୍ୟୟ (Wrong knowledge) , ବିକଳ୍ପ (Fancy) , ନିଦ୍ରା (Sleep) ଏବଂ ସ୍ମୃତି (Memory) । ଏହାକୁ ପରବର୍ତୀ ସୂତ୍ରରେ ବୁଝାଯାଇଛି

ସୂତ୍ର ୬ – ପାଞ୍ଚ ପ୍ରକାରର ବୃତ୍ତି

ପତଞ୍ଜଳି ଯୋଗ ସୂତ୍ରର ସମାଧି ପାଦର ଷଷ୍ଠ  ସୂତ୍ର – ପ୍ରମାଣବିପର୍ଯ୍ୟୟବିକଳ୍ପନିଦ୍ରାସ୍ମୃତୟଃ ।। ।।

ଅର୍ଥାତ ଏହି ପାଞ୍ଚ ପ୍ରକାରର ମନର ବୃତ୍ତିଗୁଡ଼ିକ ହେଲା – ପ୍ରମାଣ , ବିପର୍ଯ୍ୟୟ , ବିକଳ୍ପ , ନିଦ୍ରା ଆଉ ସ୍ମୃତି

ପ୍ରମାଣ (Right Knowledge)

 ଏହା ହେଉଛି ସଠିକ୍ ଜ୍ଞାନ ବା ବାସ୍ତବତା ଉପରେ ଆଧାରିତ ଜ୍ଞାନ ଯେତେବେଳେ ମନ ଇନ୍ଦ୍ରିୟ ମାଧ୍ୟମରେ  କୌଣସି ବାହ୍ୟ ବସ୍ତୁ ସହିତ ସିଧାସଳଖ ବା ପରୋକ୍ଷ ଭାବରେ ସମ୍ପର୍କରେ ଆସେ ଏବଂ ଆମର ଧାରଣା ବାସ୍ତବତା ସହିତ ମେଳ ଖାଏ, ଯାହାକୁ ଆମେ ବିନା ସନ୍ଦେହରେ ପ୍ରମାଣିତ କରି ପାରିବା  ତାହାକୁ ପ୍ରମାଣ କୁହାଯାଏ ଆଉ ଏହି ଜ୍ଞାନ ତିନୋଟି ଉତ୍ସରୁ ମିଳିଥାଏ  ପ୍ରତ୍ୟକ୍ଷ (direct cognition ବା ସିଧାସଳଖ ଦର୍ଶନ)  ଅନୁମାନ (inference), ଏବଂ ଆଗମ (testimony ବା ଅନ୍ୟର ପ୍ରମାଣିତ ବାକ୍ୟ)

ବିପର୍ଯ୍ୟୟ (Wrong Knowledge)

ଏହାର ଅର୍ଥ ହେଉଛି ଭ୍ରମ , ଭୁଲ୍ ଜ୍ଞାନ ବା ମିଥ୍ୟା ଧାରଣା ଯେମିତି ଅନ୍ଧାରରେ ପଡ଼ିଥିବା ଗୋଟିଏ ରସିକୁ ସାପ ବୋଲି ଭାବି ଡରିଯିବା ହେଉଛି ମନର ଏକ ଭ୍ରାନ୍ତିପୂର୍ଣ୍ଣ ଅବସ୍ଥାଯେତେବେଳେ  କୌଣସି ବସ୍ତୁର ପ୍ରକୃତ ରୂପ ଆଉ ଆମ ମନରେ ତିଆରି ହୋଇଥିବା  ତାର ଧାରଣା ମଧ୍ୟରେ ମେଳ ନଥାଏ  ତାହାକୁ ବିପର୍ଯ୍ୟୟ କୁହାଯାଏ   ଏହା  ଏକ  ଭ୍ରମ  ହୋଇଥାଏ  ତେଣୁ ଆଲୋକର  ଅଭାବରେ  ଏକ ବସ୍ତୁକୁ ଅସ୍ପଷ୍ଟ ଦେଖିବା  ମଧ୍ୟ  ଭୁଲ୍  ଜ୍ଞାନ  ହୋଇପାରେ 

ବିକଳ୍ପ ( Imagination)

ଅର୍ଥାତ  ଏହା  ହେଉଛି  କଳ୍ପନା କେବଳ  ଶବ୍ଦ  ଶୁଣି  ମନରେ  ଯେଉଁ  ଧାରଣା  ସୃଷ୍ଟି  ହୁଏ  କିନ୍ତୁ  ବାସ୍ତବରେ  ତାର  କୌଣସି ଅସ୍ତିତ୍ୱ  ବା ବସ୍ତୁଗତ  ଭିତ୍ତି ନଥାଏ ତାହାକୁ  ବିକଳ୍ପ  କୁହାଯାଏ ଉଦାହରଣ  ଆମେ  ଯେତେବେଳେ  କୌଣସି  ଉପନ୍ୟାସ  ପଢୁ  ସେତେବେଳେ  ଆମ  ମନରେ  ଉଠୁଥିବା  ଚିତ୍ରଗୁଡ଼ିକ  ବିକଳ୍ପ  ବୃତ୍ତି  ଅଟେ ଏହା  ବାହ୍ୟ ଜଗତ  ସହିତ  କୌଣସି ପ୍ରତ୍ୟକ୍ଷ  ସମ୍ପର୍କ  ନଥାଇ  କେବଳ  ପୂର୍ବ  ଅନୁଭୂତିକୁ  ବ୍ୟବହାର  କରି  ମନର  ଏକ  ସ୍ୱାଧୀନ  ସୃଷ୍ଟି  ଅଟେ ତାହାକୁ ବିକଳ୍ପ ବା କଳ୍ପନା କୁହାଯାଏ

ନିଦ୍ରା (Sleep)

ଅର୍ଥାତ ଗଭୀର ନିଦ୍ରା ବା ସ୍ୱପ୍ନହୀନ ଶୋଇବା ମଧ୍ୟ ମନର ଏକ ପ୍ରକାର ବୃତ୍ତି ଅଟେ ଯେଉଁ ଅବସ୍ଥାରେ ମନରେ କୌଣସି ବିଷୟବସ୍ତୁ ନଥାଏ ବା ମନ ଏକ ପ୍ରକାର ଶୂନ୍ୟ ଥାଏ ତାହାକୁ ନିଦ୍ରା କୁହାଯାଏଏହି ସମୟରେ ମନରେ କୌଣସି ଚିତ୍ର ନଥାଏ ଏବଂ ମସ୍ତିଷ୍କ ଉପରେ ଏହାର ପ୍ରତିଫଳନ ହୁଏ ନାହିଁ କିନ୍ତୁ ତଥାପି ଏହା ଏକ ବୃତ୍ତି କାରଣ ଏହା ମନର ଏକ ବିଶେଷ ଅବସ୍ଥା ଅଟେ ନିଦ୍ରାରେ ଥିଲେ ମଧ୍ୟ ମନ ଏକ ପ୍ରକାରର ଅବଚେତନ ଅନୁଭୂତି ମଧ୍ୟରେ ରହିଥାଏ

ସ୍ମୃତି ( Memory)

ଏହାର ଅର୍ଥ ହେଉଛି ମନେ ପକାଇବା ବା ଅତୀତର ସ୍ମରଣ ପୂର୍ବରୁ ଅନୁଭବ କରିଥିବା ଦେଖିଥିବା , ଶୁଣିଥିବା  ବା ଶିଖିଥିବା), ବିଷୟଗୁଡ଼ିକୁ ମନରୁ ହଜିଯିବାକୁ ନ ଦେବା ବା ତାହାକୁ ବଜାୟ ରଖିବାକୁ ସ୍ମୃତି କୁହାଯାଏ ଅତୀତର ଅନୁଭୂତିଗୁଡ଼ିକ ସଂସ୍କାର ରୂପରେ ମନରେ ସାଇତି ହୋଇ ରହିଥାଏ ଏବଂ ଯେତେବେଳେ ସେଗୁଡ଼ିକ ମନରେ ପୁନର୍ବାର ଜାଗ୍ରତ ହୁଅନ୍ତି, ସେତେବେଳେ ଏହି ସ୍ମୃତି ବୃତ୍ତି ସୃଷ୍ଟି ହୁଏ ଏଥିରେ ବିକଳ୍ପ ପରି କୌଣସି ନୂଆ କଳ୍ପନା ହୁଏନାହିଁ, ବରଂ ଅତୀତର ଘଟଣାଗୁଡ଼ିକ ଅବିକଳ ରୂପରେ ମନକୁ ଆସିଥାଏ

ପ୍ରମାଣ ଏବଂ ବିପର୍ଯ୍ୟୟ ବାହ୍ୟ ଜଗତର ଇନ୍ଦ୍ରିୟଗତ ସମ୍ପର୍କରୁ ସୃଷ୍ଟି ହେଉଥିବା ବେଳେ  ବିକଳ୍ପ ଏବଂ ସ୍ମୃତି ବାହ୍ୟ ଜଗତ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥାଇ ଏକ ପ୍ରକାରର ବିଷୟଗତ ବା (subjective) ପ୍ରକୃତିର ହୋଇଥାଏ ଯୋଗର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ପାଞ୍ଚୋଟି ମାନସିକ ବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ବା ନିରୋଧ କରିବା

ସୂତ୍ର ୭ – ପ୍ରମାଣ ଜ୍ଞାନର ସ୍ରୋତ

ପତଞ୍ଜଳି  ଯୋଗ  ସୂତ୍ରର  ସମାଧି  ପାଦର  ସପ୍ତମ  ସୂତ୍ର – ପ୍ରତ୍ୟକ୍ଷାନୁମାନାଗମାଃ ପ୍ରମାଣାନି  ।। ।।

ପ୍ରତେକ୍ଷ – ପ୍ରତେକ୍ଷ ଅନୁଭବ ଯାହାକୁ ସିଧା ଦେଖିବା  ବା ଅନୁଭବ  କରାଯାଇପାରେ

ଅନୁମାନ – ତର୍କ ଦ୍ବାରା ପ୍ରାପ୍ତ ଜ୍ଞାନ

ଆଗମା – ଶାସ୍ତ୍ର , ଗୁରୁ ବା ବିଶ୍ୱସନୀୟ ସ୍ରୋତର  ପ୍ରାପ୍ତ ଜ୍ଞାନ

ପ୍ରମାଣ – ପ୍ରମାଣ , ଉଚିତ  ଜ୍ଞାନର  ସାଧନ

ମହର୍ଷି ପତଞ୍ଜଳୀ  କହୁଛନ୍ତି କି ଉଚିତ ଜ୍ଞାନ ମାନେ ପ୍ରମାଣ ୩ ପ୍ରକାରରୁ  ପ୍ରାପ୍ତ  ହୁଏ

ପ୍ରତେକ୍ଷ –  ଯାହା  ନିଜେ ଅନୁଭବ କରାଯାଏ , ଅନୁମାନ – ଯାହା ତର୍କ ଆଉ ବିବେକ ଦ୍ବାରା ବୁଝାଯାଏ , ଆଗମ ଯିଏ ଗୁରୁ , ଶାସ୍ତ୍ର ବା ବଶ୍ୱାସନୀୟ  ଜ୍ଞାନ ସ୍ରୋତରୁ  ପ୍ରାପ୍ତ ହୁଏ

ଉଦାହରଣ – ଯଦି ଆମେ ଅଗ୍ନିକୁ ଦେଖିବା ଆଉ ତାର ଉତାପକୁ ଅନୁଭବ କରିବା , ତାହା ହେଲା ପ୍ରତେକ୍ଷ ଧୂଆଁ ଦେଖି ଅଗ୍ନିର ଅନୁମାନ କରିବା ହେଲା ଅନୁମାନ ଆଉ କୋଣସି ଜ୍ଞାନୀ ବ୍ୟକ୍ତି ବା ଶାସ୍ତ୍ରରୁ ଅଗ୍ନିର ଗୁଣକୁ ଜାଣିବା  ହେଲା ଆଗମ

ଯେତେବେଳେ   ଆମ  ମନ  ଇନ୍ଦ୍ରିୟ  ମାଧ୍ୟମରେ  କୌଣସି  ବସ୍ତୁ  ସହିତ ପ୍ରତ୍ୟକ୍ଷ  ଭାବରେ  ସମ୍ପର୍କରେ  ଆସେ ଏବଂ  ଆମ  ମନରେ  ସୃଷ୍ଟି  ହୋଇଥିବା  ଧାରଣା  ବାସ୍ତବତା  ବା  ଘଟଣା  ସହିତ  ସମ୍ପୂର୍ଣ୍ଣ  ମେଳ ଖାଏ ତାହାକୁ  ପ୍ରମାଣ  ବା ସଠିକ୍ ଜ୍ଞାନ  (Right Knowledge) କୁହାଯାଏ ଏହି  ସୂତ୍ରରେ  ଆମ  ମନରେ  ଉଠୁଥିବା  ପ୍ରମାଣ   (ସଠିକ୍ ଜ୍ଞାନ)  ବୃତ୍ତିର ତିନୋଟି  ମୁଖ୍ୟ  ଉତ୍ସ  ବା  ମାଧ୍ୟମ  ବିଷୟରେ  ବର୍ଣ୍ଣନା  କରାଯାଇଛି 

ପ୍ରତ୍ୟକ୍ଷ  (Direct Cognition)

ଏହା  ହେଉଛି  ଆମର ଇନ୍ଦ୍ରିୟ  (ଆଖି, କାନ ଇତ୍ୟାଦି)  ମାଧ୍ୟମରେ  ବାହ୍ୟ  ବସ୍ତୁ  ସହିତ  ସିଧାସଳଖ  ସମ୍ପର୍କରୁ  ମିଳୁଥିବା ଜ୍ଞାନ ଉଦାହରଣ  ଆପଣ ନିଜ ଆଖିରେ ସିଧାସଳଖ ଦେଖୁଛନ୍ତି  ଯେ ଆପଣଙ୍କ ଗାଡ଼ି ଆସି ଆପଣଙ୍କ ଘର ଦ୍ୱାର ଆଗରେ ପହଞ୍ଚିଲା ଏଠାରେ ବସ୍ତୁ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଥିବାରୁ ଏହା ‘ପ୍ରତ୍ୟକ୍ଷ’ ପ୍ରମାଣ ଅଟେ

ଅନୁମାନ ( Inference)

ଯେତେବେଳେ ବସ୍ତୁ ସହିତ ଆମର ପ୍ରତ୍ୟକ୍ଷ ସମ୍ପର୍କ ନଥାଏ, କିନ୍ତୁ ଆମେ କୌଣସି ପରିଚିତ ସଙ୍କେତରୁ ପରୋକ୍ଷ ଭାବରେ ସଠିକ୍ କଥାଟିକୁ ଅନୁମାନ କରି ଜାଣିପାରୁ  ଉଦାହରଣ  ଆପଣ କୋଠରୀ ଭିତରେ ବସିଛନ୍ତି ଏବଂ ଗାଡ଼ିକୁ ଦେଖିପାରୁ ନାହାଁନ୍ତି  କିନ୍ତୁ ବାହାରୁ ଗାଡ଼ିର ପରିଚିତ ଶବ୍ଦ ଶୁଣି ଆପଣ ନିଶ୍ଚିତ ଭାବରେ ଜାଣିଗଲେ ଯେ ଗାଡ଼ିଟି ଆସିଯାଇଛି  ଏଠାରେ ଶବ୍ଦ ମାଧ୍ୟମରେ ପରୋକ୍ଷ ଭାବରେ ଜ୍ଞାନ ମିଳିଥିବାରୁ ଏହା ‘ଅନୁମାନ’ ଉପରେ ଆଧାରିତ ଅଟେ

ଆଗମ ( Testimony)

ଯେତେବେଳେ ଆମେ ବସ୍ତୁକୁ ଦେଖିପାରୁନାହୁଁ କିମ୍ବା ଶବ୍ଦରୁ ଅନୁମାନ ମଧ୍ୟ କରିପାରୁନାହୁଁ  କିନ୍ତୁ କୌଣସି ବିଶ୍ୱସନୀୟ ବ୍ୟକ୍ତିଙ୍କ କଥାରୁ ଆମେ ସଠିକ୍ ତଥ୍ୟ ପାଉ  ତାହାକୁ ଆଗମ କୁହାଯାଏଉଦାହରଣ ଆପଣ ଗାଡ଼ିକୁ ଦେଖିନାହାଁନ୍ତି କି ଶବ୍ଦ ଶୁଣିନାହାଁନ୍ତି କିନ୍ତୁ ଆପଣଙ୍କ ଚାକର ଆସି କହିଲା ଯେ ଗାଡ଼ି ଦ୍ୱାର ପାଖରେ ଆସି ପହଞ୍ଚିଛି ଏଠାରେ ଅନ୍ୟର ପ୍ରମାଣିତ ବାକ୍ୟରୁ ସଠିକ୍ ଜ୍ଞାନ ମିଳୁଥିବାରୁ ଏହା  ଆଗମ ଅଟେ

ଏହି ତିନୋଟିଯାକ କ୍ଷେତ୍ରରେ ଆମ ମନରେ ସୃଷ୍ଟି ହୋଇଥିବା ଚିତ୍ରଟି ବାସ୍ତବତା (ଅର୍ଥାତ୍ ଗାଡ଼ିର ଉପସ୍ଥିତି) ସହିତ ସମ୍ପୂର୍ଣ୍ଣ ମେଳ ଖାଉଥିବାରୁ ଏହା ‘ପ୍ରମାଣ’ ବା ସଠିକ୍ ଜ୍ଞାନ (Right Knowledge) ଅଟେ କେବଳ ସେହି ସଠିକ୍ ତଥ୍ୟ ବା ଜ୍ଞାନ ପାଇବାର ମାଧ୍ୟମ (ନିଜେ ଦେଖିବା, ଅନୁମାନ କରିବା ଏବଂ ଅନ୍ୟଠାରୁ ଶୁଣିବା) ଭିନ୍ନ ଭିନ୍ନ ହୋଇଥାଏ ଏହି ତିନୋଟି ମାଧ୍ୟମକୁ ମିଶାଇ ଯୋଗ ଦର୍ଶନରେ ‘ପ୍ରମାଣ’ ବୃତ୍ତି କୁହାଯାଏ

ସୂତ୍ର ୮ – ବିପର୍ୟ – ଭ୍ରାନ୍ତି

ପତଞ୍ଜଳି ଯୋଗ ସୂତ୍ରର ସମାଧି ପାଦର ଅଷ୍ଠମ  ସୂତ୍ରବିପର୍ଯ୍ୟୟୋ ମିଥ୍ୟାଜ୍ଞାନମତଦ୍ରୂପପ୍ରତିଷ୍ଠମ୍ ।। ।।

ବିପର୍ୟ – ମିଛ ଜ୍ଞାନ , ଭ୍ରମ

ମିଥ୍ୟାଜ୍ଞାନମ – ଅସତ୍ୟ ବା ମିଛ ବୁଝିବା

ଅତଦ୍ରୁପ – ଯେଉଁ ବସ୍ତୁ ଯେମିତି ଅଛି ସେମିତି ନାହିଁ

ପ୍ରତିଷ୍ଟମ – ସେଥିରେ  ସ୍ତାପିତ ହୋଇଯିବା

ଭାବାର୍ଥ:  ଯେବେ କୋଣସି ବସ୍ତୁ ପରିସ୍ତିତି ବା ବ୍ୟକ୍ତିକୁ ତାହାର ବାସ୍ତବିକ ସ୍ଵରୂପରୁ  ଅଲଗା ବୁଝିନିଏ ତାହାକୁ ବିପର୍ୟ କୁହାଯାଏ

ଅର୍ଥାତ  ଯାହା ସତ୍ୟ ନାହିଁ ତାହାକୁ ସତ୍ୟ ମାନି ନେବା ହିଁ ମିଥ୍ୟା ଜ୍ଞାନ ଯେମିତି ଅନ୍ଧାରରେ ଦଉଡି ଦେଖି ସାପ ଭାବିବା , ବା କୋଣସି ଶବ୍ଦକୁ ଅଲଗା ଅର୍ଥରେ ନେଇ ମନରେ ଭୟ , କ୍ରୋଧ ବା ଭ୍ରମ ଉତ୍ପର୍ଣ୍ଣ କରିନେବା

ଆମର ମନ ପ୍ରାୟ କଳ୍ପନାରେ ପୂର୍ବ ଧାରଣାରେ ଆଉ ଅଧା ଅଧୁରା ଜ୍ଞାନ କାରଣରୁ ବାସ୍ତବିକତାକୁ ବିକୃତ ରୂପରେ ଦେଖିଥାଏ , ଏଥିରୁ ହିଁ ଦୁଃଖ , ଭୟ ଆଉ ମାନସିକ ଅଶାନ୍ତି ଉତ୍ପନ୍ନ ହୋଇଥାଏ

ଏହାର ଅର୍ଥ ହେଉଛି  ବିପର୍ୟ ହେଉଛି ଏକ ମିଥ୍ୟା ବା ଭୁଲ୍ ଜ୍ଞାନ (Wrong knowledge) ଯେଉଁଥିରେ ବସ୍ତୁର ପ୍ରକୃତ ରୂପ ଏବଂ ଆମ ମନରେ ତିଆରି ହୋଇଥିବା ଭୁଲ୍ ଧାରଣା ଭିତରେ  କୌଣସି ମେଳ ନଥାଏ ଏହାକୁ ହିଁ ବିପର୍ୟ କୁହନ୍ତି ଯେବେ ମନ  ଭ୍ରମରୁ  ଭୟମୁକ୍ତ ହୁଏ  ତେବେ ସତ୍ୟର ସ୍ପଷ୍ଟ ଦର୍ଶନ ସମ୍ଭବ ହୋଇଥାଏ ବିପର୍ୟକୁ ଅବିଦ୍ୟା ମଧ୍ୟ କୁହାଯାଏ , କାହିଁକି ନା ଆମର ଜ୍ଞାନ ପୁରୁଷ ଆଉ ପ୍ରକୃତିର ବାସ୍ତବିକ ସ୍ଵରୂପକୁ ଠିକ ଭାବରେ ନ ବୁଝି ପାରିବା କାରଣରୁ ମିଥ୍ୟା  ଆଉ ତ୍ରୁଟିପୂର୍ଣ ଥାଏ  ବିବେକ ଦ୍ବାରା ଏହି ମିଥ୍ୟା ଜ୍ଞାନକୁ ଦୂର କରାଯାଇ ପାରିବ ଯେଉଁଥିରେ ପୁରୁଷ ଆଉ ପ୍ରକୃତି ସ୍ବରୂପର ସମ୍ୟକ ଜ୍ଞାନ ସମ୍ମିଳିତ ହୁଏ

ସୂତ୍ର ୯ – ବିକଳ୍ପ  – ନିରାଧାର ବିଶ୍ବାସ

 ପତଞ୍ଜଳି ଯୋଗ ସୂତ୍ରର ସମାଧି ପାଦର ନବମ  ସୂତ୍ର – ଶବ୍ଦଜ୍ଞାନାନୁପାତୀ ବସ୍ତୁଶୂନ୍ୟୋ ବିକଳ୍ପଃ ।। ।।

ଶବ୍ଦ – ଶବ୍ଦ , ଭାଷା

ଜ୍ଞାନ –ଜ୍ଞାନ ବା ଧାରଣା

ଅନୁପାତି – ବାସ୍ତବିକର ଅଭାବ

ବିକଳ୍ପ – କଳ୍ପନା , ମାନସିକ ନିର୍ମାଣ । 

ଯେବେ କେବଳ ଶବ୍ଦ ବା କଳ୍ପନାର ଆଧାରରେ ମନ ଉପରେ  କୋଣସି ଧାରଣା ବନିଯାଏ , ସେତେବେଳେ ଏହାର ବାସ୍ତବତା ଅସ୍ତିତ୍ଵରେ ନ ଥାଏ , ତାହାକୁ ବିକଳ୍ପ କୁହାଯାଏ

ଅର୍ଥାତ – କେବେ କେବେ ମନ ବସ୍ତାବିକ ଅନୁଭବ ବିନା ହିଁ କଳ୍ପନାର ଦୁନିଆ ସୃଷ୍ଟି କରିନିଏ ଯେମିତି କୋଣସି କଥାକୁ ନ ଶୁଣି ତାର ନିଷ୍କର୍ଷ ତିଆରି କରିଦିଏ ଭବିଷ୍ୟତ ପାଇଁ ଅନାବଶ୍ୟକ ଚିନ୍ତା କରିବା , ବା ମନରେ କାଳ୍ପନିକ ଭୟ , ଆଉ କାହାଣୀ ରଚନା କରିବା ବିକଳ୍ପ ନା ତ ପ୍ରମାଣ ଆଉ ନା ବିପର୍ୟ ବିକଳ୍ପ ଏକ ଏମିତି ଅଭ୍ୟାସୀ ଜ୍ଞାନ ଯାହାକୁ ଶୁଣିଲେ ଜ୍ଞାନ ପରି ଅନୁଭବ ହୁଏ କିନ୍ତୁ ପ୍ରକୃତରେ ସେଠାରେ କୋଣସି ବସ୍ତୁ , ବ୍ୟକ୍ତି ବା ପରିସ୍ତିତି ସେମିତି ନ ଥାଏ ଏହା କେବଳ ଶାବ୍ଦିକ ହୋଇଥାଏ ଏହା ଏକ ଏମିତି ଶକ୍ତି ଯେଉଁଠି ଶବ୍ଦ ମାଧ୍ୟମରେ କିଛି ବି କଳ୍ପିତ କରାଯାଇ ପାରିବ ଯାହାର କୋଣସି ବାସ୍ତବିକତା ନାହିଁ

ମନର ଏହି ବୃତ୍ତି ବ୍ୟକ୍ତିକୁ ବାସ୍ତବିକତା ଠାରୁ ଦୂରକୁ ନେଇ ଯାଇ ଭ୍ରମ ଆଉ ମାନସିକ ଅଶାନ୍ତିରେ ପକାଇ ଦିଏ ମନର ସବୁ କାହାଣୀ ସତ ହୁଏ ନାହିଁ  ଜାଗ୍ରତ ଅବସ୍ତାରେ ହିଁ ବାସ୍ତବିକତାକୁ ଦେଖା ଯାଇପାରିବ ଏହା ହିଁ ତାର ଦ୍ବାର

ସୂତ୍ର ୧୦  – ନିଦ୍ରା

ପତଞ୍ଜଳି ଯୋଗ ସୂତ୍ରର ସମାଧି ପାଦର ଦଶମ  ସୂତ୍ର –  ଅଭାବପ୍ରତ୍ୟୟାଲମ୍ବନା ବୃତ୍ତିର୍ନିଦ୍ରା ।। 10 ।।

ଅଭାବ – ଅଭାବ (ଜ୍ଞାନର )

ପ୍ରତ୍ୟୟ – ପ୍ରତିତିର

ଆଲମ୍ବନା – ଗ୍ରହଣ କରିବା ବାଲା

ବୃତ୍ତି – ବୃତ୍ତିର

ନିଦ୍ରା – ସୁସୁପ୍ତି କୁହାଯାଏ । 

ଅଭାବ ଜ୍ଞାନର ପ୍ରତିତିକୁ ଗ୍ରହଣ କରୁଥିବା ବୃତ୍ତିକୁ ନିଦ୍ରା ବା ସୁଷୁପ୍ତି କୁହାଯାଏ ନିଦ୍ରା ଏକ ଏମିତି ବୃତ୍ତି ଯେଉଁଥିରେ ମାନସିକ ତତ୍ଵ  ଆଧାରର ଅଭାବ ହୋଇଥାଏ

ଶୋଇ ଉଠିଲା ପରେ ନିଦ୍ରାର ଯେଉଁ ସ୍ମୃତି ଆସେ ତାହାକୁ ମଧ୍ୟ ବୃତି ବୋଲି ମହର୍ଷି କହିଛନ୍ତି ଗଭୀର ନିଦ୍ରା ସମୟରେ ମଣିଷ ମନରେ କୌଣସି ‘ପ୍ରତ୍ୟୟ’ (ବିଷୟବସ୍ତୁ) ନଥାଏ , ଏହି ସମୟରେ ମନ ଏକ ପ୍ରକାର ଖାଲି ବା ଶୂନ୍ୟ  ହୋଇଯାଏ ଏହି ବିଷୟହୀନ ଶୂନ୍ୟ ଅବସ୍ଥାକୁ ମଧ୍ୟ ମନର ଏକ ବୃତ୍ତିବା କାର୍ଯ୍ୟକଳାପ ବୋଲି କହିଛନ୍ତି ନିଦ୍ରା ସମୟରେ ମନର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ନଥାଏ  ବରଂ ଆମର ଭୌତିକ ମସ୍ତିଷ୍କ (brain) ସହିତ ମନର ସମ୍ପର୍କ କେବଳ ବିଚ୍ଛିନ୍ନ ହୋଇଯାଇଥାଏ , ତେଣୁ ମନରେ ଯାହା ସବୁ ଘଟୁଥାଏ, ମସ୍ତିଷ୍କ ତାହାକୁ ରେକର୍ଡ କରିପାରେ ନାହିଁ ଲୋକଟି ଉଠିବା ପରେ ମସ୍ତିଷ୍କ ସହିତ ମନର ସମ୍ପର୍କ ପୁଣି ଯୋଡ଼ି ହୋଇଯାଏ ଏବଂ ମସ୍ତିଷ୍କ ପୁଣି କାର୍ଯ୍ୟକ୍ଷମ ହୁଏ, କିନ୍ତୁ ନିର୍ବୀଜ ସମାଧିରେ ମନକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରି ତାର ସମସ୍ତ କାର୍ଯ୍ୟକଳାପକୁ ଦମନ ବା ବନ୍ଦ (inhibited) କରିଦିଆଯାଏ ଏଠାରେ ମସ୍ତିଷ୍କ ସହ ସମ୍ପର୍କ ଛିନ୍ନ ହୁଏ ନାହିଁ, ବରଂ ମନ ନିଜେ ହିଁ ସମ୍ପୂର୍ଣ୍ଣ ଶାନ୍ତ ଓ ସ୍ଥିର ହୋଇଯାଏ ଶାସ୍ତ୍ର ଅନୁସାରେ ମଣିଷ ଚେତନାର 4 ଟି ଅବସ୍ତା ଅଛି – ଜାଗ୍ରତ , ସ୍ବପ୍ନ , ସୁଷୁପ୍ତି ଆଉ ତୁରୀୟ ଅବସ୍ଥା

ଜାଗ୍ରତ – ଏହା ସେହି ଅବସ୍ତା ଯେଉଁଥିରେ ମଣିଷ ପୁରା ସଚେତ ହୋଇ ନିଜର ସମସ୍ତ କର୍ମ ବିବେକ ଦ୍ବାରା ସମ୍ପୂର୍ଣ କରେ ବୋଧ ପୂର୍ବକ କରେ ଭଲ ମନ୍ଦ ବୁଝି ଜୀବନ ବିତାଏ  

ସ୍ବପ୍ନ – ଏହା ଏକ ଏମିତି ଅବସ୍ତା ଯେଉଁଥିରେ ମଣିଷ କିଛି  ସଚେତନ ରହିଥାଏ  ଆଉ କିଛି  ଶୋଇ ଥାଏ ଜାଗ୍ରତ ଅବସ୍ତାରେ କରିଥିବା କର୍ମ ଆଉ ସେଥିରୁ ନିର୍ମିତ ହୋଇଥିବା  ସଂସ୍କାର ର ବଶୀଭୂତ ହୋଇ ବିଭିର୍ନ ବିଷୟର ଅନୁଭବ କରେ ଆଉ ସ୍ବପ୍ନ ଦେଖି ଥାଏ  

ସୁଷୁପ୍ତି – ଯେବେ ନା ମଣିଷ ସଜାଗ ଥାଏ ନା ସେ ଶୋଇ ଥାଏ ଏହି ଅବସ୍ତାରେ ରଜୋ ଗୁଣ କମ ଥାଏ ଆଉ ତମୋଗୁଣ ଆଶ୍ରିତ ହୋଇ ସତ୍ଵ ଗୁଣର ସହଜ ପ୍ରବାହ ହୋଇଥାଏ,  ଯାହା କାରଣରୁ ଅଚଞ୍ଚଳ ନିଦ୍ରା ବା ଅବିଚଳିତ ନିଦ୍ରାର ପ୍ରଭାବରେ ଶୋଇଥିବା  ନିଦ୍ରା , ଯେବେ ସେ ମଣିଷ କହେ ଆଜି ମୁଁ ଶାନ୍ତିରେ ଶୋଇଲି

ତୁରୀୟ – ଏହା ଅନୁଭବର ଏକ ଏମିତି ଅବସ୍ତା ଯେଉଁଥିରେ ମନ ଆଉ ମସ୍ତିଷ୍କ ଭିତରେ ଆଉ କିଛି ନ ଥାଏ , ଏହା ମାନେ  କିଛି ନାହିଁ , ମାନେ  କିଛି  ବି  ନାହିଁ  ଏଥିରେ ଆଗରୁ କହିଥିବା ୩ ଅବସ୍ତା ( କୋଣସି ରୂପ , ଗନ୍ଧ , କଳ୍ପନା ) ଆଦି କିଛି ବି ନ ଥାଏ ଖାଲି ଶୂନ୍ୟ ଅନୁଭବ କରେ ତେଣୁ ନିଦ୍ରାକୁ ଏକ ପ୍ରକାରର ବୃତ୍ତି କୁହାଯାଇଛି

ପତଞ୍ଜଳି ୟୋଗସୂତ୍ର ସମାଧିପାଦ ସୂତ୍ର ୧ ରୁ ୧୦

Home – Odia life lesson

ପତଞ୍ଜଳି ଯୋଗସୂତ୍ରର ପରିଚୟ

Leave a Comment

Your email address will not be published. Required fields are marked *